ଆସିକା ବିଧାୟକଙ୍କ ଦୃଢ଼ ସମର୍ଥକ କାଳିଆ ନାହାକ ଙ୍କୁ ମାରଣାତ୍ମକ ଆକ୍ରମଣ ଗୁରୁତର ଆହତ…..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଦୃଢ଼ ସମର୍ଥକ ଦୁର୍ଦାନ୍ତ କାଳିଆ କୁ ମରଣାତ୍ମକ ଆକ୍ରମଣ। ଧରାକୋଟ ଥାନା ଅଧୀନ କମାଶାସନ ନିକଟ ନିଛାଟିଆ ସ୍ଥାନରେ ହରିଡ଼ା ପଦର ଆସିକା ବିଧାୟକ ଙ୍କ ଦୃଢ଼ ସାମର୍ଥକ କାଳୁ ଚରଣ ନାହାକ (କାଳିଆ )ଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ ହୋଇଛି । ଆସିକା ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଥାଉକି ଗତ କାଲି ସନ୍ଧ୍ୟା ପ୍ରାୟ ସାତ ଘଣ୍ଟ ସମୟରେ କାଳିଆ ନିଜ ଗ୍ରାମ ଗୌଡ଼ ଗୋଠ କୁ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ କିଛି ଅଜଣା ଦୁର୍ବୁର୍ତ୍ତ କାଳିଆଙ୍କୁ କମାଶାସନ ନିକଟ ଏକ ନିଛାଟିଆ ସ୍ଥାନରେ ଆଖିବୁଜା ଆକ୍ରମଣ କରିଥିଲେ। କାଳିଆ ମରିଯାଇଥିବା ଭାବି ଆସାମୀ ମାନେ ଘଟଣା ସ୍ଥଳରୁ ମୋଟର ସାଇକେଲ ଯୋଗେ ସୋରଡ଼ା ଆଡେ ଚାଲିଯାଇଥିଲେ। କାଳିଆ ଦୀର୍ଘ ସମୟ ଧରି ଘଟଣା ସ୍ଥଳରେ ପଡ଼ି ରହିଥିଲେ ମଧ୍ୟ ଜାଗାଟି ନିଛାଟିଆ ହୋଇଥିବାରୁ କେହି ଜାଣିପାରିନଥିଲେ। ଦୀର୍ଘ ସମୟ ପରେ ସ୍ଥାନୀୟ କିଛି ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଲୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଥାଉକି କାଳିଆ ଆସିକା ବିଧାୟକଙ୍କ ଜଣେ ଦୃଢ଼ ସମର୍ଥକ ଅଟନ୍ତି। କାଳିଆ ଙ୍କୁ ଏହି ଆକ୍ରମଣ ପୂର୍ବ ଶତ୍ରୁତା କୁ ନେଇ ହୋଇଥିବା ଜଣାଯାଇଛି. କାଳିଆ ନାମରେ ସୋରଡ଼ା, ଆସିକା, ଧରାକୋଟ ଆଦି ଥାନାରେ ଅନେକ ହତ୍ୟା ଡକାୟତ ଭଳି ସଙ୍ଗୀନ ମାମଲା ଥିବା ଜଣାଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସିକା ଅଞ୍ଚଳ ରେ ଅଶାନ୍ତର ବାତାବରଣ ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ପ୍ରଥମିକ ତଦନ୍ତ ରୁ ଜାଣିବାକୁ ପାଇଛି। ଆସିକା ଏସଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଘଟଣା କୁ ନେଇ ଉଗ୍ର ରୂପ ନେଇ ପାରେ ବୋଲି ଖଟିରେ ଚର୍ଚ୍ଚା ହେଲାଣି ପୁଣି ଆଗକୁ ଅଛି ପଞ୍ଚାୟତ ନିର୍ବାଚନ ତେଣୁ ପୋଲିସ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ନରଖିଲେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ l

ad-week
Leave A Reply

Your email address will not be published.