ଭାଇନାଙ୍କ ପାଖରେ ପ୍ରସାଦ ନ ପହଁଞ୍ଚିବାରୁ ବେଆଇନ ବାଲି ଘାଟ ବନ୍ଦ …..!

ନରସିଂହ ପଲ୍ଲୀ ବାଲୁ ଘାଟ ବନ୍ଦ ପଛରେ ରହସ୍ୟ କଣ…??

ମୋ ଲେଖା ଛିଡାଅ,ଘାଟ ଚଲାଅ ” ଏହି ନୀତିରେ ଜିଲ୍ଲା ରେ ଥିବା ବେଆଇନ ବାଲି ଘାଟ …..!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଥିବା ଋଷିକୂଲ୍ୟା ଓ ବଡ଼ନଦୀ ରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଥିଲା। ସବୁ ଠିକ ଠାକ ମଧ୍ୟ ଚାଲିଥିଲା।କିଛି ଦିନ ତଳେ କେଉଁ ଘାଟରୁ କେତେ ଦିଆ ନିଆ କଥା ସରିବା ପରେ ବେଧଡ଼କ ବାଲି ଚୋରା ଚାଲାଣ ହେଉଥିଲା।ଦାବୀ ମୁତାବକ ଦେବା ନେବାରେ ଅବହେଳା ଯୋଗୁଁ ଭାଇନାଙ୍କ ଆଶୀର୍ବାଦ ବନ୍ଦ ହୋଇଯାଇଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି। ସାଇଲେନ୍ସ ପ୍ଲିଜ କରିଲେ ସବୁ ବେଆଇନ ଘାଟ ପୁଣି ଚାଲିବ ବୋଲି ଚାହା ଖଟିରେ ଚର୍ଚ୍ଚା ହେଉଛି। ଇନ-କମିଙ୍ଗ ଠାରୁ ଆଉଟ-ଗୋଇଙ୍ଗ ମାତ୍ରାଧିକ ଦାବୀ କରିବା ଯୋଗୁଁ ବେଆଇନ ବାଲି ଘାଟ ବନ୍ଦ ରହିଥିବା ଆଲୋଚନା ହେଉଛି। ସାରା ଗଞ୍ଜାମ ଜିଲ୍ଲାରେ ଲେଖା ଛିଡିବା ପରେ ହିଁ ଚୋରା ବାଲି ଚାଲାଣ ବୃଦ୍ଧି ପାଇଛି ଲେଖା ନଛିଡ଼ିଲେ ବାଲି ଘାଟ ବନ୍ଦ l ସାଧାରଣ ଓ ବୁଦ୍ଧିଜୀବୀ ରେ ଚର୍ଚ୍ଚା ମାଫିଆ ମାନଙ୍କ ଠାରୁ ବଳି ଗଲେଣି ରାଜ ନେତା ଏଠାରେ ସୂଚନା ଥାଉକି ଆସିକା ବିଧାୟକ ଙ୍କ ଜଣେ ଗୁତାଧାରୀ ଙ୍କୁ ଲେଖା ଛିଡାଇବା କଥା ର ଓଡ଼ିଓ ଭାଇରଲ ଘଟଣା ସମଗ୍ର ଓଡିଶା ରେ ଚାଞ୍ଚଲ୍ୟ ହୋଇଥିଲା l କିନ୍ତୁ ଘଟଣା ର ତଦନ୍ତ ଶୂନ ଯାହାକୁ ନେଇ ଉକ୍ତ ଘଟଣା ର ତଦନ୍ତ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କୁ ହସ୍ତାନ୍ତର ହୋଇଥିଲା କିନ୍ତୁ ତାହାବି ନାଲି ଫିତା ତଳେ ଦବୀ ଗଲା ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ତଦନ୍ତ ଧର୍ମକୁ ଆଖିଠାର ସଦୃଶ୍ୟ..!ଏଠାରେ ସୂଚନା ଥାଉକି ମାନ୍ୟବର ମନ୍ତ୍ରୀ ଗଞ୍ଜାମ ଜିଲ୍ଲାର କିନ୍ତୁ ଏହି ଜିଲ୍ଲାରେ ବଲି ଓ ଖଣି ମାଫିଆ ମାନେ ମନ୍ତ୍ରୀ ଙ୍କ ଛତ୍ର ଛାୟା ତଳେ ଓ ତାଙ୍କ ଆଶ୍ରିବାଦ ରେ ବାଲି ଓ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା l ଜିଲ୍ଲା ପ୍ରଶାସନ ଯେମିତି କୋମାରେ ରହିଛି ପ୍ରତ୍ୟେକ ଦିନ ବିଭିନ୍ନ ଗଣ ମାଧ୍ୟମରେ ବାଲି ଓ ଖଣିଜ ପଦାର୍ଥ ଲୁଟ ଚାଲିଛି ତଥାପି ପ୍ରଶାସନ ବଟି ନେଇ ଧୃତରାଷ୍ଟ୍ର ସାଜିଛି ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା l ବର୍ତ୍ତମାନ ର ସରକାର ଲେଖା ଛିଡାଅ ନୀତିରେ ଚାଲିଛି କହିଲେ କିଛିବି ଭୁଲ ହେବ ନାହିଁ..!

nis-ad
Leave A Reply

Your email address will not be published.