ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଆକ୍ରମଣ ରେ ଗୁରୁତର ଆହତ ହେଲେ ହୋମଗାର୍ଡ…

add-all

ମାଲକାନଗିରି ୨୦/୦୩ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ଆଜି ସାନ୍ଧ୍ୟ ସମୟରେ ପାପାରମେଟଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମକୁ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାକୁ ଯାଇଥିବାବେଳେ ଗ୍ରାମବାସୀ ଓ ଗଞ୍ଜେଇ ବ୍ୟବସାୟୀ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଚିତ୍ରକୋଣ୍ଡା ଥାନାର ହୋମଗାର୍ଡ ଦେବେନ୍ଦ୍ର ରାଉତ। ଗତକାଲି ସନ୍ଧ୍ୟାରେ ଚିତ୍ରକୋଣ୍ଡା ପୋଲିସ ଓ ପାପରମେଟଲା ପୋଲିସ ମିଳିତ ଭାବରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଲିମାତାଙ୍ଗ ଗ୍ରାମରେ ଚଢ଼ାଉ କରିଥିଲେ ଗ୍ରାମରେ ପୋଲିସ ଚଢ଼ାଉ କରିଥିବା ଦେଖି ଗ୍ରାମର ଲୋକମାନେ ପୋଲିସ ଉପରେ ଅଚାନକ ଆକ୍ରମଣ କରିଥିଲେ।ଗ୍ରାମର ଲୋକମାନଙ୍କର ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୋଲିସ କର୍ମଚାରୀ ଙ୍କ ମୁଣ୍ଡ ଓ ହାତରେ ମାଡ଼ ବାଜିଛି ବର୍ତ୍ତମାନ ସେ ସାମାନ୍ୟ ସୁସ୍ଥ ଥିବା ଡାକ୍ତର ଙ୍କ ଠାରୁ ସ୍ୱଚନା ମିଳିଛି ।ବର୍ତ୍ତମାନ ଗଞ୍ଜେଇ ର ଭୁସ୍ୱର୍ଗ ପାଲଟି ଥିବା ସ୍ୱାଭିମାନ ଅଞ୍ଚଳରେ ଗଞ୍ଜେଇ ଆଦାୟ ସମୟ ଯୋଗୁଁ ଏହି ଅଞ୍ଚଳରେ ଗଞ୍ଜେଇ ଚୋରା ବେପାରୀ ସକ୍ରିୟ ରହିଥିବା ଜଣା ପଡିଛି । ପୋଲିସ ର ଅଚାନକ।ଚଡାଉ ଯୋଗୁଁ ବ୍ୟବସାୟୀ ମାନେ ଗ୍ରାମ ବାସୀଙ୍କୁ ଢାଲ କରି ରହିଭଳି କାଣ୍ଡ ଘଟାଇ ଥିବା ଅନୁମାନ କରାଯାଉଛି ।

ad-week
Leave A Reply

Your email address will not be published.