ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

add-all

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି।

ବିଧି ଅନୁଯାୟୀ, ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ଏଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ବର୍ତ୍ତମାନ ମହାସ୍ନାନ ନୀତି ଚାଲିଛି।

ad-week
Leave A Reply

Your email address will not be published.