ଆସିକା ମିଲେରଙ୍କ ଦାଦାଗିରି ଚରମ ସୀମାରେ…!, ପ୍ରଶାସନ ନୀରବ ଦ୍ରଷ୍ଟା

ପଣ୍ୟାଗାର କର୍ମଚାରୀ ମାଡ଼ ଭୟରେ ଅଫିସ ଭିତରେ କବାଟ ବନ୍ଦ କରିରହିଲେ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳି ସ୍ଥିତି କେନ୍ଦ୍ରୀୟ ପଣ୍ୟାଗାର ରେ ଗତ ଏକ ସପ୍ତାହ ହେଲା ମିଲ ମାଲିକ ଓ ପଣ୍ୟାଗାର କର୍ମଚାରୀ ଙ୍କ ମଧ୍ୟ ରେ ଚାଉଳ ର ଗୁଣବତ୍ତା କୁ ନେଇ ବିବାଦ ଲାଗିରହିଛି।ମିଲରୁ ଆସୁଥିବା ଚାଉଳ କୁ ଯାଞ୍ଚ କରି ଗୋଦାମ ରେ ରଖିବା ନିୟମ ରହିଛି।ଗୋଦାମ ରେ ଚାଉଳ ରଖିବା ପୂର୍ବରୁ ଚାଉଳ ର ମାନ ଯେଭଳି କେତେ ପ୍ରତିଶତ ଖଣ୍ଡ ଚାଉଳ,ନିମ୍ନ ମାନର ଚାଉଳ, ଚାଉଳ ରେ ଗମ ଅଂଶ ମିଶିଯାଇଛି, ଚାଉଳ ରେ ଗୁଡି ବା ଖୁଦ ରହିଛି, ଚାଉଳ ରେ ଆଦ୍ରତା ଆଦି ଯାଞ୍ଚ ପରେ ଚାଉଳ କୁ ଗୋଦାମ ରେ ରଖାଯାଏ।ପରେ ଆବଶ୍ୟକତା ଅନୁଯାଇ ବିଦ୍ୟାଳୟ, ପଞ୍ଚାୟତ କୁ ପଠାଯାଏ। ଏଠାକୁ ଆସୁଥିବା ଚାଉଳ କୁ ମିଲର ଗୋଦାମ ବାରଣ୍ଡା ରେ ରଖିବା ପରେ ସେହି ଚାଉଳ ଯାଞ୍ଚ ହୋଇ ପାସ ହେବା ପରେ ଗୋଦାମ କୁ ନିଆ ଯାଏ। ଏହି ଗୋଦାମ କୁ ଏବେ କିଛି ଚାଉଳ ମିଲ ମାଲିକ ନିଜ ନିୟନ୍ତ୍ରଣ କୁ ନେବା କୁ ଉଦ୍ୟମ କରିବା ସହିତ ବିନା ଯାଞ୍ଚ ରେ ଚାଉଳ ଗୋଦାମ ରେ ରଖିବା ପାଇଁ ଉଦ୍ୟମ କରିଛନ୍ତି। ଏହି ଘଟଣା କୁ ବିରୋଧ କରିବା ସହିତ ଏହି ଘଟଣା ର ଭିଡିଓ କରିବାକୁ ଉଦ୍ୟମ କରିଥିବା ଟେକ୍ନିସିଆନ ନିଶାନ୍ତ ମଣ୍ଡଳ ଙ୍କ ମୋବାଇଲ ଛଡ଼ାଇବା ଉଦ୍ୟମ କରିବା ସହିତ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିବାରୁ ସେ ନିଜ କୁ ଏକ କୋଠରି ରେ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲେ।ଏଭଳି ସ୍ଥିତି ରେ ଏହି କେନ୍ଦ୍ରୀୟ ପଣ୍ୟାଗାର ରେ କର୍ମଚାରୀ ନିଜକୁ ସୁରକ୍ଷିତ  ମଣୁନାହାନ୍ତି।ମିଲର ଖୋଲା ଖୋଲି ମାରିବା ଧମକ ଦେଉଥିବା ଭିଡିଓ ଏବେ ମୋବାଇଲ ରୁ

ମୋବାଇଲ ଘୁରି ବୁଲୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବିବାଦ ଚାଲିଥିବା ବେଳେ ରାତ୍ରି ରେ କେନ୍ଦ୍ରୀୟ ପଣ୍ୟାଗାର  ରେ ଜିଲ୍ଲାର ଅନ୍ୟ ସ୍ଥାନ ରୁ ଅଧିକାରୀ ମାନେ ଆସି ପହଁଞ୍ଚି ଆଲୋଚନା କରିଛନ୍ତି। ମିଲର ମାନେ ସରକାର ଙ୍କ ସହିତ ଚୁକ୍ତି କରି  ସରକାର ଙ୍କ ନିକଟରେ ଅମାନତ ଜମା କରି ଚାଷୀ ଙ୍କ ଠାରୁ ଧାନ କିଣି  ସେଥିରୁ ଚାଉଳ କରି ଗୋଦାମ ରେ ଚାଉଳ ଦେଇ ସରକାର ଙ୍କ ଠାରୁ ଟଙ୍କା ନିଅନ୍ତି। ଗୋଟିଏ ଗୋଟିଏ ଟ୍ରକ ରେ ୨୯ ଟନ ଚାଉଳ ଆସେ ଓ ଏହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ରୁ ଅଧିକ। ପ୍ରକୃତ ଯାଞ୍ଚ ପ୍ରକ୍ରିୟା ରେ ପ୍ରାୟ ଏକ ଘଣ୍ଟା ରୁ ଅଧିକ ସମୟ ଲାଗେ। ଏହି ପ୍ରକ୍ରିୟା ରେ ମିଲର ଗୋଦାମ ର ବାରଣ୍ଡା ରେ ଚାଉଳ ଓହ୍ଲାଇ ତାହା କୁ ଯାଞ୍ଚ ପ୍ରକ୍ରିୟା ରେ ପାସ କରିବା ପରେ ଗୋଦାମ କୁ ନିଆଯାଏ। ଆଜି କିଛି ମିଲେର ଗୋଦି ମିଡ଼ିଆ କୁ ସାଙ୍ଗରେ ଧରି ପଣ୍ୟାଗାର ଭିତରକୁ ଯାଇଥିବା ଚର୍ଚ୍ଚା ହେଉଛି। ପଣ୍ୟାଗାର କର୍ମଚାରୀ ମାନଙ୍କୁ କୁଆଡ଼େ କେତେକ ମିଲେର ଜୋର ଜବରଦସ୍ତ ଟ୍ରକ ଗୁଡିକରେ ଥିବା ଚାଉଳ କୁ ଗୋଦାମ ରେ ରଖିବାକୁ କହିଥିବା ଆଲୋଚନା ହେଉଛି। କର୍ମଚାରୀ ମାନେ ଯାଞ୍ଜ ପରେ ଚାଉଳ ଗୋଦାମ ଭିତରକୁ ନିଆଯିବ ବୋଲି କହିବା ପରେ କେତେକ ମିଲେର ଧମକ ଚମକ ଦେବା ସହ କର୍ମଚାରୀ ଭିଡିଓ ଉତ୍ତୋଳନ କରିବା ସମୟରେ ତାଙ୍କ ହାତରେ ମୋବାଇଲ ଛଡାଇ ନେବା ଓ ବାଇକର ଚାବି ଛଡେଇ ନେବା ଭିଡିଓ ଡିଲିଟ ନକରିଲେ ବାହାରକୁ ଗଲେ ଛୁରାମାଡ଼ ହେବ କହିବା ପରେ ଉକ୍ତ କର୍ମଚାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଫିସ କୋଠରୀ ଭିତର ପଟୁ ବନ୍ଦ କରିରହିଥିଲେ। କର୍ମଚାରୀ ମାନଙ୍କୁ ଧମକ ଦେବା ମାଡ଼ ମରାଯିବ ବୋଲି କହିବା ଗୋଡ଼ାଇବା ଭିଡିଓ ଏବେ ଚାରିଆଡେ ଘୁରି ବୁଲୁଛି। ପ୍ରକାଶ ଥାଉକି ଧରାକୋଟ ବ୍ଲକର ମୁଣ୍ଡମରେଇ ଗ୍ରାମର ଏକ ମିଲର କର୍ମଚାରୀ ମାନେ ଧାନନେଇ ଜଣେ ସମିତି ସଭ୍ୟ ଆସିଥିବା ବେଳେ ବଚସା ହେବା ପରେ ଉକ୍ତ ମିଲର କର୍ମଚାରୀ ମାନେ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏଘଟଣା ଥାନାରେ ଅଭିଯୋଗ ହେବା ପରେ ଇଲିକ୍ଟ୍ରୋନିକ୍ସ ମିଡ଼ିଆ ର ତିନି ଜଣ କାଉଣ୍ଟର ଏଫ. ଆଇ.ଆର ଯୋଗାଡ଼ ଯନ୍ତ୍ର କରି ଉକ୍ତ ଘଟଣା କୁ ରଫା ଦଫା କରିଥିବାର ଚର୍ଚ୍ଚା ହୋଇଥିଲା। ଆଜିର ଏଭଳି ଘଟଣା ପରେ ମିଲେରଙ୍କ ଦାଦାଗିରି ଚରମ ସୀମାରେ ପହଁଞ୍ଚିଥିବା ଆଲୋଚନା ହେଉଛି। ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିଲେ କାଉଣ୍ଟର କେଶ କରିବାକୁ ବି ଧମକ ଦେଇଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.