ଆସିକା ପଣ୍ୟାଗାର କୁ ନିମ୍ନ ମାନର ଚାଉଳ ଯୋଗାଉ ଥିବା ମିଲେର କଳା ତାଲିକାଭୁକ୍ତ ହେବେ କେବେ..?

କର୍ମଚାରୀ ମାନଙ୍କୁ ଧମକ ଚମକ ଦେଇ କୋଠରୀ ଭିତରେ ବନ୍ଦ କରିଥିବା ଦୁଇ ମିଲେରଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେବେ କେବେ ….??

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣୋଳି ସ୍ଥିତି କେନ୍ଦ୍ରୀୟ ପଣ୍ୟାଗାର ରେ ଗତ ଏକ ସପ୍ତାହ ହେଲା ମିଲ ମାଲିକ ଓ ପଣ୍ୟାଗାର କର୍ମଚାରୀ ଙ୍କ ମଧ୍ୟ ରେ ଚାଉଳ ର ଗୁଣବତ୍ତା କୁ ନେଇ ବିବାଦ ଲାଗିରହିଛି। ମିଲରୁ ଆସୁଥିବା ଚାଉଳ କୁ ଯାଞ୍ଚ କରି ଗୋଦାମ ରେ ରଖିବା ନିୟମ ରହିଛି।ଗୋଦାମ ରେ ଚାଉଳ ରଖିବା ପୂର୍ବରୁ ଚାଉଳ ର ମାନ ଯେଭଳି କେତେ ପ୍ରତିଶତ ଖଣ୍ଡ ଚାଉଳ,ନିମ୍ନ ମାନର ଚାଉଳ, ଚାଉଳ ରେ ଗମ ଅଂଶ ମିଶିଯାଇଛି, ଚାଉଳ ରେ ଗୁଡି ବା ଖୁଦ ରହିଛି, ଚାଉଳ ରେ ଆଦ୍ରତା ଆଦି ଯାଞ୍ଚ ପରେ ଚାଉଳ କୁ ଗୋଦାମ ରେ ରଖାଯାଏ।ପରେ ଆବଶ୍ୟକତା ଅନୁଯାଇ ବିଦ୍ୟାଳୟ, ପଞ୍ଚାୟତ କୁ ପଠାଯାଏ। ଏଠାକୁ ଆସୁଥିବା ଚାଉଳ କୁ ମିଲର ଗୋଦାମ ବାରଣ୍ଡା ରେ ରଖିବା ପରେ ସେହି ଚାଉଳ ଯାଞ୍ଚ ହୋଇ ପାସ ହେବା ପରେ ଗୋଦାମ କୁ ନିଆ ଯାଏ। ଏହି ଗୋଦାମ କୁ ଏବେ କିଛି ଚାଉଳ ମିଲ ମାଲିକ ନିଜ ନିୟନ୍ତ୍ରଣ କୁ ନେବା କୁ ଉଦ୍ୟମ କରିବା ସହିତ ବିନା ଯାଞ୍ଚ ରେ ଚାଉଳ ଗୋଦାମ ରେ ରଖିବା ପାଇଁ ଉଦ୍ୟମ କରିଛନ୍ତି। ଏହି ଘଟଣା କୁ ବିରୋଧ କରିବା ସହିତ ଏହି ଘଟଣା ର ଭିଡିଓ କରିବାକୁ ଉଦ୍ୟମ କରିଥିବା ଟେକ୍ନିସିଆନ ନିଶାନ୍ତ ମଣ୍ଡଳ ଙ୍କ ମୋବାଇଲ ଛଡ଼ାଇବା ଉଦ୍ୟମ କରିବା ସହିତ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିବାରୁ ସେ ନିଜ କୁ ଏକ କୋଠରି ରେ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲେ।ଏଭଳି ସ୍ଥିତି ରେ ଏହି କେନ୍ଦ୍ରୀୟ ପଣ୍ୟାଗାର ରେ କର୍ମଚାରୀ ନିଜକୁ ସୁରକ୍ଷିତ  ମଣୁନାହାନ୍ତି।ମିଲର ଖୋଲା ଖୋଲି ମାରିବା ଧମକ ଦେଉଥିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଉକ୍ତ ଭାଇରାଲ ଭିଡିଓରେ ଦୁଇ ଜଣ ମିଲେର କର୍ତ୍ତବ୍ୟରତ୍ତ କର୍ମଚାରୀଙ୍କୁ ଧମକ ଦେବା ସହ ଟ୍ରକ ଗୁଡି଼କରେ ଥିବା ଚାଉଳ ଯାଞ୍ଜ ନକରି ଗୋଦାମ ରେ ରଖିବାକୁ କହିବା ଘଟଣା ର ଭିଡିଓ ଉତ୍ତୋଳନ କରିବା ସମୟରେ ଉକ୍ତ କର୍ମଚାରୀ ଙ୍କୁ ସୁଟିଙ୍ଗ କରିଥିବା ଭିଡିଓ ଡିଲିଟ ନକରିଲେ ବାହାରକୁ ଗଲେ ମାଡ଼ ମରାଯିବ ଓ ଛୁରା ମାଡ଼ ହେବ ବୋଲି କହିବା ସହ ଉକ୍ତ କର୍ମଚାରୀ ଙ୍କୁ ରୁମ ଭିତରକୁ ଠେଲି ଦେବା ଏହି ସବୁ ଘଟଣା ମୋବାଇଲ ରେ ଘୁରି ବୁଲୁଛି।ଘଟଣା ସମ୍ପର୍କ ରେ ଖବର ପ୍ରକାଶ ପରେ ଗୋଦି ମିଡ଼ିଆ ଜରିଆରେ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଘଟଣାକୁ ରଫା ଦଫା କରିବାକୁ ଗୁପ୍ତ ବୈଠକ ଚାଲିଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଚାଷୀଙ୍କୁ ଠକେଇ କରି ଗମ ଧାନର ଆଳ ଦେଖାଇ କଟନୀ ଛଟନୀ କରି ଉକ୍ତ ଧାନକୁ ସଂଗ୍ରହ କରିବା ପରେ। ଉକ୍ତ ଧାନକୁ ବିନା ଯାଞ୍ଜ କରି ଗୋଦାମ ରେ ରଖି ସରକାରଙ୍କ ଠାରୁ ଅର୍ଥ ହଡ଼ପ କରିବାକୁ ପ୍ରୟାସ କରୁଥିବା ମିଲରଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି। ଗତ କାଲିର ମିଲେରଙ୍କ ଦାଦା ଗିରି ଘଟଣା ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ କରିତକର୍ମା ବ୍ୟକ୍ତି ବିଶେଷ ଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.