ଏମଭି ୭୨ର ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭୨ ଗ୍ରାମରେ ଦୁଇ ଛାତ୍ରୀ ଗତ ଫେବ୍ରୁଆରି ୬ ତାରିଖରୁ ନିଖୋଜ ଓ ୮ ତାରିଖ ଦିନ ଉଭୟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ମାଲକାନଗିରି ଆଦର୍ଶ ଥାନାରେ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ପୋଲିସ ଏସ୍ଡିପିଓ ସଚିନ ପଟେଲ ପ୍ରକାଶ କରିଛନ୍ତି ଯେ, ଏହି ଘଟଣାକୁ ନେଇ ପୋଲିସ ତତ୍ପର ସହ ଉଚିତ ତଦନ୍ତ କରୁଛି। ୬ ତାରିଖରେ ଉଭୟଙ୍କ ନିଖୋଜ ନେଇ ମାମଲା ଓ ଉଭୟଙ୍କ ମରୁତ ଦେହ ଉଦ୍ଧାର ପରେ ହୋଇଥିବା ମାମଲାର ପୋଲିସ ଉଚିତ ତଦନ୍ତ କରିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ଯାହା ତଥ୍ୟ ମିଳିଛି ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡିଛି ଓ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ପ୍ରତି ପୋଲିସ ସହାନଭୁତି ରଖିଛି। ସେହିପରି ସବ ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମର ରିପୋର୍ଟକୁ ଅମାନ୍ୟ କରି ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଥିବା ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି। କୌଣସି କ୍ଷେତ୍ରରେ ପୋଲସି ଘଟଣାକୁ ଅଣଦେଖା କରି ନାହି। ଏହା ବ୍ୟତୀତ ଏହି ଘଟଣାରେ ଏମଭି ୭୨ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦେଶ ବାହାରୁ ଏକ ଫୋନ ନମ୍ବରରେ ଧମକ ଆସୁଥିବା ନେଇ ଅଭିଯୋଗକୁ ମଧ୍ୟ ପୋଲିସ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ ଚଳାଇଛି। ଆଗକୁ ଘଟଣାର ପର୍ଦାଫାଶ ହେବ ଏବଂ ସାତ୍ୟତା ସାମ୍ନାକୁ ଆସିବ ବୋଲି ଶ୍ରୀ ପଟେଲ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.