ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ

add-all

ମାଲକାନଗିରି : ମାଲକାନଗିରି ଜିୟଲ୍ଲ ଗୋବିନ୍ଦପାଲି ନିକଟରେ ଏକ ଘଅରି ବସ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଜୟପୁରରୁ ମାଲକାନଗିରି ଅଭିମୁଖେ ମହାବାହୁ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ଜିଲ୍ଲାର ଗୋବିନ୍ଦପାଲି ନିକଟରେ ଏକ କଲଭର୍ଟ ଉପରକୁ ଚଡି ଯାଇଥିଲା। ଭାରସାମ୍ୟ ହରାଇବାରୁ ବସଟି ଦୁର୍ଘଟଣା ଘଟିଥିବା ବେଳେ ବସ ମଧ୍ୟରେ ଥିବା ପ୍ରାୟ ୧୫ରୁ ଅଧିକ ଯାତ୍ରୀ ଏଥିରେ ଆହାତ ହୋଇଥିଲେ। ସମସ୍ତଙ୍କୁ ଗୋବିନ୍ଦପାଲି ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଯାତ୍ରୀଙ୍କ ଅବସ୍ତା ଗୁରୁତ୍ତର ହୋଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.