କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ

ଭୁବନେଶ୍ୱର : ଆଜି ବି ଘଡଘଡି ବର୍ଷା ।  କାଳବୈଶାଖୀ ପ୍ରଭାବରେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ।  ଆଗାମୀ ୨୪ ଘଣ୍ଟାରେ ଗୋଟେ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ ।  ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ ।

ତେବେ କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢିବ ତାତି । ପୁଣି ୪୦ ଡିଗ୍ରୀ ! ଟପିବ ତାପମାତ୍ରା । ୫ ଦିନ ଭିତରେ ପୁଣି ୪ରୁ ୫ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଏହା ସହ ଆଗାମୀ ୪୮ ଘଣ୍ଟା ଯାଏଁ ପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.