ଯିଏ ବିଶ୍ବାସଘାତକ ସିଏ ବିଶ୍ବାସଘାତକ.. କୁନାଲ କିଛି ଭୁଲ କରିନାହାନ୍ତି : ଉଦ୍ଧବ

add-all

ମୁମ୍ବାଇ: ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ ଗୀତଟି ଶୁଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇ ଦିଅନ୍ତୁ। ଉଦ୍ଧବ କହିଛନ୍ତି ଯେ ଏହି ଆକ୍ରମଣ ସହିତ ଶିବସେନାର କୌଣସି ସମ୍ପର୍କ ନାହିଁ। ଯେଉଁମାନଙ୍କ ରକ୍ତରେ ‘ଦେଶଦ୍ରୋହ’ ଅଛି, ସେମାନେ କେବେ ଶିବସୈନିକ ହୋଇପାରିବେ ନାହିଁ।

ଷ୍ଟାଣ୍ଡ-ଅପ୍ କମେଡିଆନ୍ କାମରା ଯେଉଁଭଳି ଭାବରେ ଏକ ଗୀତ ମାଧ୍ୟମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି, ତାହା ଭୁଲ। ଆମେ ତାଙ୍କୁ ନିନ୍ଦା କରୁ। ଏପରି ଜିନିଷକୁ ସହ୍ୟ କରାଯାଇପାରିବ ନାହିଁ। କାମରା ଜାଣିବା ଉଚିତ ଯେ ଜନତା ୨୦୨୪ ନିର୍ବାଚନରେ ନିଷ୍ପତ୍ତି ନେଇସାରିଛନ୍ତି ଯେ କିଏ ବିଶ୍ୱାସଘାତକ?

ଶୋ’ ସମୟରେ କାମରା ଏକ ଗୀତ ମଧ୍ୟ ଗାଇଥିଲେ। ବଲିଉଡ ଫିଲ୍ମ ଦିଲ୍ ତୋ ପାଗଲ ହୈର ଏକ ଗୀତର ତାଳେ ତାଳେ ସେ ଏକ ବ୍ୟଙ୍ଗ ଗୀତ ଗାଇଥିଲେ ଯେଉଁଥିରେ ସିନ୍ଦେଙ୍କୁ ବିଶ୍ବାସଘାତକ କୁହାଯାଇଥିଲା । ଏହା ପରେ ଶିବସୈନିକମାନେ ଆକ୍ରାମକ ହୋଇ ସଂପୃକ୍ତ ଷ୍ଟୁଡିଓକୁ ଭାଙ୍ଗିଦେଇଛନ୍ତି ।

ad-week
Leave A Reply

Your email address will not be published.