ବିଦେଶକୁ ପଠାଯିବ ଓଡ଼ିଶା ଆମ୍ବ

add-all

ଭୁବନେଶ୍ବର: ଓଡ଼ିଶା ବିଦେଶକୁ ଆମ୍ବ ପଠାଇବ। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସହିତ କୁଇନ ପାତ୍ର ଓ ପ୍ରଧାନ ଏନଜିଓ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଢେଙ୍କାନାଳର ଆମ୍ବ ମିଠା ଆମ୍ବ। ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। 

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନି ହୋଇଛି । ଗତ ବର୍ଷ ରାୟଗଡ଼ାରୁ ବିଦେଶକୁ ଆମ୍ବ ପଠାଯାଇଥିଲା ।

ସେହିଭଳି  ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ଓଡିଶାର ବିଭିନ୍ନ ସାମଗ୍ରୀ ରପ୍ତାନି ନେଇ ଦ୍ବିତୀୟ ଚୁକ୍ତି ହୋଇଛି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ତଥା ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି। ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ। 

ad-week
Leave A Reply

Your email address will not be published.