କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ

add-all

ଭୁବନେଶ୍ବର: ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ତେବେ ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନାଙ୍କ ନାଁ ନଥିବା ଜଣାଯାଇଛି।

ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକଙ୍କ ବାରମ୍ବାର ବିଶୃଙ୍ଖଳିତ ଆଚରଣ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଆଜି ଅପରାହ୍‌ଣରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ। ଯଦ୍ୱାରା କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ବିଧାୟକଙ୍କୁ ଆଗାମୀ ୭ ଦିନ ପାଇଁ ନିଲମ୍ବନ କରାଯାଇଛି ।

ନିଲମ୍ବିତ ହୋଇଥିବା କଂଗ୍ରେସର ବିଧାୟକମାନେ ହେଲେ, ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ। ତେବେ ଜୟପୁର ବିଧାୟକ ତାରା ବାହିନୀପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଏଥର ନିଲମ୍ବନ କରାଯାଇନି । ଆଜି ବିଧାନସଭାରେ ହଙ୍ଗାମା ଯୋଗୁଁ ୧୫ ମିନିଟ ଗୃହ କାର୍ଯ୍ୟ ମୁଲତବି ରଖାଯାଇଥିଲା।

ad-week
Leave A Reply

Your email address will not be published.