ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ମିଆଁମାର ସୀମା ସ୍ଥିରତା ଉପରେ କଲେ ଆଲୋଚନା 

add-all

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମିଆଁମାରରେ ତାଙ୍କର ସ୍ୱତନ୍ତ୍ର ଦୂତ ଭାବରେ ଜୁଲି ବିଶପଙ୍କୁ ନିଯୁକ୍ତ କରିଥିଲେ।
କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହ ମିଆଁମାରରେ ଦ୍ରୁତ ଗତିରେ ବିକଶିତ ହେଉଥିବା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ମିଆଁମାର ଜାତିସଂଘର ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କୁ ଭେଟି ଖୁସି ହେଲି ବୋଲି ଜୟଶଙ୍କର ଟ୍ବିଯର ହ୍ୟାଣ୍ଡଲ୍ ‘ଏକ୍ସ’ ରେ ଲେଖିଛନ୍ତି। ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହିତ “ଆମର ସୀମା ସ୍ଥିରତା, ଶରଣାର୍ଥୀ ପରିସ୍ଥିତି, ମିଆଁମାରରୁ ଆନ୍ତଃଦେଶୀୟ ଅପରାଧ ଏବଂ ଆର୍ଥିକ ସହାୟତା ପ୍ରଦାନ ବିଷୟରେ ଆଲୋଚନା ସହ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ ହୋଇଛି ବୋଲି ସେ କହିଛନ୍ତି।
ଫେବୃଆରୀ ୧, ୨୦୨୧ ରେ ସେନା କ୍ଷମତା ଦଖଲ କରିବା ପରଠାରୁ ମିଆଁମାରରେ ଗଣତନ୍ତ୍ର ପୁନରୁଦ୍ଧାର ଦାବି କରାଯାଇଛି। ସେନା କ୍ଷମତା ଦଖଲ ପ୍ରତିବାଦରେ ସେଠାରେ ବ୍ୟାପକ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି। ଭାରତ, ଚୀନ୍ ଏବଂ ବାଂଲାଦେଶ ସୀମାରେ ଥିବା ଅନେକ ପ୍ରମୁଖ ବାଣିଜ୍ୟିକ ସ୍ଥାନ ସେନା କବଜା କରିସାରିଛି।

ମିଆଁମାର ଭାରତର ପଡ଼ୋଶୀମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଏହା ଆତଙ୍କବାଦୀ ପ୍ରଭାବିତ ନାଗାଲାଣ୍ଡ ଏବଂ ମଣିପୁର ସମେତ ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟ ସହିତ ୧,୬୪୦ କିଲୋମିଟର ଲମ୍ବା ସୀମା ଅଂଶୀଦାର କରେ। ମିଆଁମାରର ସୀମାନ୍ତ ଅଞ୍ଚଳରେ ହିଂସା ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନୁଆରୀରେ ସୀମାରେ ବାଡ଼ ଦେବା ପାଇଁ ଏକ ଯୋଜନା ରହିଥିବା ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.