ସୁକୁମା ପୋଲିସକୁ ସଫଳତା : ଏନକାଉଣ୍ଟରରେ ୧୬ ମାଓବାଦୀ ମୃତ

add-all

ମାଲକାନଗିରି : ଅତିଶୀଘ୍ର ସମାପ୍ତ ହେବ ମାଓବାଦୀ କାର୍ଯ୍ୟକଳାପ ଏହି ଭଳି ଏକ ଖବର କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ସାହାଙ୍କ ବୟାନ ରୁ ସ୍ୱଷ୍ଟ ହେବାକୁ ଲାଗିଛି । ଗତ ତିନିମାସ ଭିତରେ ୧୦୦ରୁ ଉର୍ଦ୍ଧ୍ବ ମାଓବାଦୀ ଙ୍କ ମୃତ୍ୟୁ ଖବର ଓ ମାଓବାଦୀ ଙ୍କ ଶୀର୍ଷ ନେତ୍ତୃତ୍ୱ ଙ୍କୁ ଲେଖାଯାଇଥିବା ଚିଠି ରୁ ପ୍ରତ୍ୟମାନ ହେଉଛି । ଆଜି ଏକ ବଡ଼ ମାଓବିରୋଧୀ ଅଭିଯାନରେ ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମ ହେଥିବା ବେଳେ ସୁରକ୍ଷାକର୍ମୀ ଙ୍କ ଏନକାଉଣ୍ଟର ରେ ୧୬ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି ।

ମାଓବାଦୀ ଗୁଳିରେ ଦୁଇ ଜବାନ ମଧ୍ୟ ଗୁରୁତର ହୋଇଥିବା ବେଳ ଘଟଣା ସ୍ଥଳରୁ AK47,ଇନସାସ,ଥ୍ରୀ ନୋଟ ଥ୍ରୀ ବନ୍ଧୁକ, ରାକେଟ ଲଞ୍ଚର, BGL ଲଞ୍ଚର ସହ ବିପୁଳ ପରିମାଣର ମାଓ ଭିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ।DRG ଏବଂ CRPF କୋବ୍ରା ଜବାନ ଙ୍କ ଅପରେସନ ରେ ଏହି ସଫଳତା ମିଳିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

ad-week
Leave A Reply

Your email address will not be published.