ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନ ଘରେ ବୁଲଡୋଜର ଆକ୍ସନ

ନବରଙ୍ଗପୁର : କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନଙ୍କ ଘରେ ବୁଲଡୋଜର ଚଳାଇଲା ପ୍ରଶାସନ । ଅପରାଧୀ ଟୁନା ହରିଜନଙ୍କ ଘରକୁ ଭାଙ୍ଗିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଟୁନା ଦୁଇଟି ସରକାରୀ ଜମିକୁ ଜବର ଦଖଲ କରି ଘର ନିର୍ମାଣ କରିଥିଲା । ଆଜି ପ୍ରଶାସନ ପକ୍ଷରୁ ଏଇ ଦୁଇ ଜାଗାରୁ ଜବର ଦଖଲ ଉଛେଦ କରିଛି । ମନ୍ଦିରରୁ ଲୁଟ୍, ଚୋରି ଏବଂ ପୋଲିସ ଉପରକୁ ଗୁଳିମାଡ଼ ଭଳି ଏକାଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ଟୁନା ହରିଜନଙ୍କ ବିରୋଧରେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା। ନବରଙ୍ଗପୁର ସହର ଉପକଣ୍ଠ ସାନ କୁସୁମୀ ଗାଁରେ ଥିବା ତାଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମଧ୍ୟ ଟୁନା ହରିଜନଙ୍କ ନାଁରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି।

ବିଶେଷ କରି ବିଭିନ୍ନ ମନ୍ଦିରରୁ ସୁନା, ରୁପା ଅଳଙ୍କାର ଲୁଟ୍ ଏବଂ ପୋଲିସ ଉପରକୁ ଗୁଳିମାଡ଼ ଭଳି ଘଟଣାରେ ସେ ପୋଲିସର ନଜରରେ ଥିଲେ। ବାରମ୍ବାର ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିବା ଟୁନା ହରିଜନଙ୍କୁ ଶେଷରେ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ କାବୁ କରିଥିଲା ପୋଲିସ। ତା ନିକଟରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି। ଆଉ ଏବେ ଟୁନା ହରିଜନଙ୍କ ଘରକୁ ବୁଲଡୋଜର ଲଗାଇ ମାଟିରେ ମିଶେଇ ଦେଇଛି ପ୍ରଶାସନ।

ad-week
Leave A Reply

Your email address will not be published.