ଟଙ୍କା ଦିଅ ଶିଶୁ ନିଅ ଘଟଣା: ୨ସହାୟକ ବହିଷ୍କୃତ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କ ବଦଳି

add-all

ସୁନ୍ଦରଗଡ:ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡୁନଥିବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଭୂତିଭୂଷଣ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରସୂତିଙ୍କଠାରୁ ଟଙ୍କା ନେଇଥିବା ୨ ଜଣ ବହିର୍ଉତ୍ସ ସଂସ୍ଥାର ସହାୟକ ହରିପ୍ରିୟା ବାଗ ଓ ଗୋପେଶ୍ଵରୀ ମହାନନ୍ଦିଆଙ୍କୁ ବହିଷ୍କାର କରିଛନ୍ତି । ଏଥିସହ ନର୍ସିଂ ଅଫିସର ଜ୍ୟୋତିର୍ମୟୀ ପାଣ୍ଡେ ଓ ସଫେଇ କର୍ମଚାରୀ ଅଞ୍ଜଳି ଘାସିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବଦଳି ହୋଇଛି।

ସୂଚନାଥାଉକି, ପ୍ରଥମେ ଏଡିଏମଓ ଡ. ପ୍ରଦୀପ କୁମାର ପ୍ରସାଦଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ପ୍ରସୂତିଙ୍କ ପରିବାର ଓ ଆଶାକର୍ମୀ । ଏଡିଏମଓ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେଇଥିଲେ ଓ ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

ଖବରମୁତାବକ, ରାଜେନ୍ଦ୍ର ଓରାମଙ୍କ ପତ୍ନୀ ମାଙ୍ଗି ଓରାମଙ୍କ ପ୍ରସବବେଦନା ହେବାରୁ ୨୬ ତାରିଖ ଦିନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ଭର୍ତ୍ତି ହୋଇଥିଲେ। ଗୁରୁବାର ୧୦ଟା ୫୫ରେ ମାଙ୍ଗି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ପ୍ରସବ କକ୍ଷରେ କାର୍ଯ୍ୟରତ ସେବିକା ନବଜାତ ଶିଶୁ ପାଇଁ ରାଜେନ୍ଦ୍ରଙ୍କୁ ହଜାରେ ଟଙ୍କା‌ ମାଗିଲେ ଓ କହିଲେ ଟଙ୍କା ନ ଦେଲେ ଛୁଆକୁ ଦିଆଯିବ ନାହିଁ  । ହଜାରେ ଟଙ୍କା ପାଇଁ ନବଜାତକକୁ ୪୦ ମିନିଟ୍‌ ମା’ଠାରୁ ଦୂରେଇ ରଖିଥିଲେ। ଶେଷରେ ରାଜେନ୍ଦ୍ର ୧ ହଜାର ଟଙ୍କା ଦେବା ପରେ ଶିଶୁକୁ ମା’ କୋଳକୁ ଛାଡିଥିଲେ।

ସେହିପରି ଶ୍ରୀଭୁବନପୁର ଗୁଲବଦନ ଓରାମଙ୍କ ଗର୍ଭବତୀ ପତ୍ନୀ ପ୍ରିୟଙ୍କା ମୁଣ୍ଡାଙ୍କୁ ୨୪ ତାରିଖରେ ଏମସିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ୨୫‌ରେ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ପ୍ରିୟଙ୍କାଙ୍କ ବଡ଼ ଭଉଣୀ ପ୍ରିୟା କେରକେଟାଙ୍କଠାରୁ ପ୍ରସବ କକ୍ଷର ସେବିକା ଛୁଆ ପାଇଁ ୧ ହଜାର ଟଙ୍କା ମାଗି ନେଇଥିବା ଅଭି‌ଯୋଗ ଆସିଥିଲା ।

ad-week
Leave A Reply

Your email address will not be published.