ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା

ଜଳେଶ୍ୱର : ଲଭ୍ , ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ । ପୋଲିସ ଏସଆଇକୁ ଗିରଫ କଲା ପୋଲିସ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୀଡ଼ିତା ।

ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ ।

ଅନ୍ୟପଟେ ଧୋକା ପାଇବା ପରେ ଗତ ଡିସେମ୍ବରରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଲିଖିତ ଅଭିଯୋଗର ୪ ମାସ ପରେ ବାଲିଆପାଳ ଥାନା ବଡ଼ ତାଳପଦା ଗାଁର ବିଜୟ ସାହୁଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ ।

nis-ad
Leave A Reply

Your email address will not be published.