ଏପ୍ରିଲ ୨ରୁ ବର୍ଷା ସମ୍ଭାବନା

add-all

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି। ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଏପ୍ରିଲ ୨ରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଏପ୍ରିଲ ୩ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଏପ୍ରିଲ ୪ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଜପତିରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହୋଇପାରେ।

ସେହିପରି ୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ନେଇ ବିଭାଗ ପକ୍ଷର ପୂର୍ବାନୁମାନ କରାଯାଇଛି।

ଆହୁରି ମଧ୍ଯ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ଦିନ ଏବଂ ରାତିର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ।

ad-week
Leave A Reply

Your email address will not be published.