ସରିଲା ଟ୍ରାକ ମରାମତି, ଚୌଦ୍ବାର ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

ଚୌଦ୍ବାର : ସରିଲା ଟ୍ରାକ ମରାମତି।  ଡାଉନ ଟ୍ରାକରେ ଗଡ଼ିଲା ଟ୍ରେନ୍ ।  ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ସକାଳ ୭ଟା ୧୫ ସୁଦ୍ଧା ସରିଲା ଟ୍ରାକ ମରାମତି କାମ । ମରାମତି ପାଇଁ ୧୨ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା। ସାରା ରାତି ଚାଲିଥିଲା ମରାମତି କାର୍ଯ୍ୟ ।

ଏକ ହଜାର ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।  ଗତକାଲି ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଡାଉନ ଲାଇନରେ ବନ୍ଦ ଥିଲା ରେଳ ଚଳାଚଳ । ବାଙ୍ଗାଲୋର-କାମାକ୍ଷା ଏସି ସୁପରଫାଷ୍ଟ ମଙ୍ଗୁଳି ପାସେଞ୍ଜର ହଲ୍ଟ ପାଖରେ ଲାଇନଚ୍ୟୁତ ହୋଇ ୧୧ଟି ବଗି ଡିରେଲ୍ ହୋଇଥିଲା ।

ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇବା ବେଳେ ୩ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଟ୍ରେନର ବେଗ କମ ଥିବାରୁ କ୍ଷୟକ୍ଷତି କମ ହୋଇଥିଲା ।  ଏପଟେ ଟ୍ରେନ୍ ଲାଇନଚ୍ୟୁତକୁ ନେଇ ଆରମ୍ଭ ହୋଇଛି ତନାଘନା । କେମିତି ହେଲା ଦୁର୍ଘଟଣା ସେନେଇ ତଦନ୍ତ କରୁଛନ୍ତି ରେଲୱେ ସେଫ୍ଟି କମିଶନର ।

nis-ad
Leave A Reply

Your email address will not be published.