ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ କାର୍‌ ବିସ୍ଫୋରଣ, ଜେଲେଁସ୍କି ଦେଇଥିଲେ ଧମକ

add-all

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ ହତ୍ୟା କରିବାକୁ ପୁଣି ଉଦ୍ୟମ ହୋଇଛି। ମସ୍କୋ ରାସ୍ତାରେ ରୁଷିଆର ପ୍ରମୁଖ ଗୁଇନ୍ଦା ଏଜେନ୍ସି ଏଫଏସବି ମୁଖ୍ୟାଳୟ ନିକଟରେ ପୁତିନ ବ୍ୟବହାର କରୁଥିବା ଅତ୍ୟନ୍ତ ନାମୀଦାମୀ ଅରସ୍ ସେନତ୍ ଲିମୋସିନ୍ କାର୍‌ରେ ଭୀଷଣ ବିସ୍ଫୋରଣ ଘଟି ଏହି କାର୍ ଜଳିଯାଇଛି। ହେଲେ ଏହି ସମୟରେ ପୁତିନ ଉକ୍ତ କାର୍‌ରେ ନଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ସାମିଲ ରହିଥିବା ବିଭିନ୍ନ ଶ୍ରେଣୀର କାର୍ ମଧ୍ୟରେ ଏହି କାର୍ ଅନ୍ୟତମ ହୋଇଥିଲା ବେଳେ ଏହାର ମୂଲ୍ୟ ୨,୭୫,୦୦୦ ପାଉଣ୍ଡ।

ରୁଷିଆରେ ନିର୍ମିତ ଏହି ଶ୍ରେଣୀର କାର୍ ନିର୍ଦ୍ଦିଷ୍ଟ ଭାବେ କେବଳ କିଛି ରଜନେତାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା ବେଳେ ପୁତିନଙ୍କ ସମେତ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ୟୁନ ମଧ୍ୟ ଏହି କାର୍ ବ୍ୟବହାର କରନ୍ତି। ତେବେ କଡ଼ା ସୁରକ୍ଷାମଧ୍ୟରେ ଯାଉଥିବା ଏହି କାର୍‌ରେ କିଭଳି ବିସ୍ଫୋରଣ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି କାର୍ ଯାଉଥିଲା ବେଳେ ଅଚାନକ ଭାବେ ଇଞ୍ଜିନରୁ ଧୂଆଁ ବାହାରି ଏହା ଜଳି ଯାଉଥିବାର ଭିଡିଓ ଭାଇରାଲ ହୋଇଛି। ପୁତିନଙ୍କ ଭଳି ବିଶ୍ବର ଜଣେ ପ୍ରତିପ୍ରତିଶାଳୀ ନେତାଙ୍କ ପାଇଁ ନିୟୋଜିତ ରହିଥିବା ଏହି କାର୍‌ରେ ବିସ୍ଫୋରଣ ହେବା ରୁଷ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।

ad-week
Leave A Reply

Your email address will not be published.