ଭାରତ ଆସିବାକୁ ସୁନୀତାଙ୍କ ଇଚ୍ଛା: ହିମାଳୟର ପାଦଦେଶ ବୁଲିବା ସହ ଇସ୍ରୋ ଆସିବାକୁ ଆଗ୍ରହୀ

ୱାସିଂଟନ ଡିସି: ଭାରତ ଆସିବେ ଭାରତୀୟ ବଂଶୋଦ୍ଭବ ସୁନୀତା । ନିଜ ବାପଘରକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇଚ୍ଛା ଏବଂ ଭାରତ ଆସିବାର ଆଗ୍ରହକୁ ପ୍ରକାଶ କରିଛନ୍ତି ସୁନୀତା । ଭାରତର ଗୁଜୁରାଟରେ ସୁନୀତା ୱିଲିୟମ୍ସଙ୍କ ଘର । ତାଙ୍କ ବାପା ଦୀପକ ପାଣ୍ଡେ ଗୁଜୁରାଟରେ ରୁହନ୍ତି ତେଣୁ ସେ ତାଙ୍କ ବାପାଙ୍କ ସହର ଏବଂ ବାପାଙ୍କ ଦେଶକୁ ଫେରି ଆସିବାକୁ ଚାହୁଁଛନ୍ତି ।
ଭାରତର ପ୍ରାକୃତିକ ସୌନ୍ଦର୍ୟ୍ୟ ଏବଂ ଏଠାକାର ଲୋକଙ୍କ ସହ ମିଶିବାକୁ ସେ ଭାରି ଆଗ୍ରହୀ ବୋଲି କହିଛନ୍ତି । ମହାକାଶରେ ଯେତେବେଳେ ୯ ମାସ ପାଇଁ ସେ ଫସି ରହିଥିଲେ ତାଙ୍କ ସ୍ପେସ୍ କ୍ରାଫ୍ଟ ଅନେକ ସମୟରେ ହିମାଳୟ ଉପର ଦେଇ ଗତି କରୁଥିଲା ଯାହାକୁ ସେ ପାଖରୁ ଦେଖିବାକୁ ଇଚ୍ଛା କରିଛନ୍ତି ।
ଭାରତ ଆସି ଇସ୍ରୋର ବୈଜ୍ଞାନିକଙ୍କ ସହ ଭେଟିବାକୁ ମଧ୍ୟ ସୁନୀତାଙ୍କର ଆଗ୍ରହ ରହିଛି । ୯ ମାସରେ କେମିତି ଥିଲା ମହାକାଶର ଅନୁଭୂତି ଇସ୍ରୋ ଆସି କହିବାକୁ ମଧ୍ୟ ସେ ଚାହୁଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ତେବେ ଭାରତ ବିଷୟରେ ନିଜ ମତ ରଖି ସୁନୀତା କହିଛନ୍ତି, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ମନଭରି ଉପଭୋଗ କରୁଥିଲେ ।
ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଥିବା କହିଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।

nis-ad
Leave A Reply

Your email address will not be published.