ରାଉରକେଲାରେ ସେକ୍ସ ରାକେଟ୍ ଠାବ: ୫ ମହିଳା ଉଦ୍ଧାର, ୫ ଦଲାଲ ଅଟକ

add-all

ରାଉରକେଲା: ସ୍ଥାନୀୟ ଜଗଦା ଅଞ୍ଚଳରେ ଏକ ବଡ଼ଧରଣର ସେକ୍ସ ରାକେଟ୍ ଠାବ କରିବାରେ ପୁଲିସ ସଫଳ ହୋଇଛି। ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣ ଦଲାଲଙ୍କୁ ପୁଲିସ ଅଟକ ରଖିଛି। ଏହା ସହ ୫ ଜଣ ମହିଳାଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଅଟକ ଥିବା ଦଲାଲମାନେ ପୂର୍ବରୁ ମଧ୍ୟ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ।
ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇବା ପରେ ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ୍‌ ଚଢ଼ାଉ କରିଥିଲେ।
ରାଉରକେଲା ପୁଲିସର ସ୍ଵତନ୍ତ୍ର ସ୍କ୍ୱାର୍ଡ ଏବଂ ଝିରିପାଣି ଥାନା ପୁଲିସ ଚଢ଼ାଉ କରି ଜଗଦାର ଏକ ଘରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହା ସହ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଥାନାରେ ପଚରା ଉଚୁରା କରୁଛି ପୁଲିସ।

ad-week
Leave A Reply

Your email address will not be published.