ବିଫଳ ହେଲା ଯୋଜନା: ୧୩ ମାଓବାଦୀ ଗିରଫ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ପୁଲିସକୁ ମିଳିଛି ପୁଣି ସଫଳତା। ଆଜି ୧୩ ଜଣ ମାଓବାଦୀ ବିଜାପୁର ପୁଲିସ ଗିରଫ କରିଛି। ବିଜାପୁର ଜିଲ୍ଲା ପୁଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ଏକ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନେ ଉସୁର ଥାନାର ପୁଲିସ ପାର୍ଟି ଉପରେ ବୋମା ବିସ୍ଫୋରଣ କରିବା ନେଇ ୭ ଜଣ ନକ୍ସଲ ନାମରେ କେଶ ରହିଛି।
ସେହିପରି ମାରୁଡବାକା ଗ୍ରାମର ଗ୍ରାମବାସୀଙ୍କୁ ହତ୍ୟା କରିବା ଘଟଣାରେ ଅନ୍ୟ ୬ ଜଣ ନକ୍ସଲ ସାମିଲ ଥିବା ପୁଲିସ କହିଛି। ଏମାନଙ୍କ ଠାରୁ ଟିଫିନ ବୋମା, କୋଡେକ୍ସ ତାର, ବିଦ୍ୟୁତିକ ତାର, ପୋଷ୍ଟର ସହ ମାଓ ସାମଗ୍ରୀ ଜବତ କରାଯାଇଛି। ସମସ୍ତ ନକ୍ସଲକୁ ଗିରଫ ପରେ ପଚରାଉଚରା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.