ବିଦ୍ୟୁତ୍ ଆଘାତରେ ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ

add-all

ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ  ବୁଧବାର ଦିନ  ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ହାତୀ ପ୍ରାଣ ହରାଇଛନ୍ତି।

ପଶ୍ଚିମ ଓଡ଼ିଶାରେ ସର୍ବାଧିକ ହାତୀଙ୍କର ମୃତ୍ୟୁ ଘଟିଛି। କେବଳ ଏହି ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ୧୭ ହାତୀଙ୍କ ମୃତ୍ୟୁ ହୋଇଛି।

ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ବର୍ଷରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୧୧ ହାତୀଙ୍କ ଜୀବନ ଗଲାଣି ।

ବିଦ୍ୟୁତ ଆଘାତ ଯୋଗୁଁ ୨୦୨୩-୨୪ରେ ଦୁଇଟି ହାତୀଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା।
୨୦୨୧-୨୨ରେ ମଧ୍ୟ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ​

୨୦୨୦-୨୧ରେ ଗୋଟିଏ ଘଟଣା ରେକର୍ଡ କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.