ଭୁବନେଶ୍ୱର : ବିଧାନସଭା ଇତିହାସରେ ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍-୨୦୨୪ । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ବିଲ୍ ନେଇ ଶାସକ ଓ ବିରୋଧୀ ମଧ୍ୟ ଘମାଘୋ ଟ ଆଲୋଚନା ହୋଇଥିଲା । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ୨୦୨୪ରେ ଯେଉଁ ବିଲ୍ ଅଣାଯାଇଛି ତାହା ୧୯୮୯ ବିଲକୁ ସଂଶୋଧନ କରାଯାଇଛି । ବିଲ୍ ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ । ୟୁଜିସି ଡ୍ରାଫ୍ଟଗାଇଡ ଲାଇନ, NEP ଗାଇଡ୍ ଲାଇନ ଓ ନୂଆ ବିଲ୍ ମଧ୍ୟରେ ତାଳମେଳ ନାହିଁ । ବିଲ୍ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା । ଅରୁଣ ସାହୁ କେବଳ ୩ ଘଣ୍ଟା ୧୦ ମିନିଟ୍ ଭାଗ ନେଇଥିବା କହିଛନ୍ତି । ଏହି ବିଲ୍ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।
