କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅନଶନ । ବିଶ୍ବବିଦ୍ୟାଳୟ ପରିସରରେ ଅନେକ ସମୟରେ ଅଣଛାତ୍ର ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାସହ ଛାତ୍ର ମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପିଲାମାନେ । ବିଶୃଙ୍ଖଳା କରୁଥିବା ଓ ମାଡ଼ ମାରିଥିବା ଅଣ ଛାତ୍ର ମାନଙ୍କୁ ଗିରଫ କରିବା ଦାବି କରାଯାଇଛି । ଗିରଫ କରାନଗଲେ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ପ୍ରତିବାଦ କରୁଥିବା ଛାତ୍ର ।
