ପାରମ୍ପରିକ ହସ୍ତତନ୍ତ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ

add-all

ଭୁବନେଶ୍ବର: ଓଡ଼ିଆ ପକ୍ଷ ଅବସରରେ ଗୁରୁବାର ଦିନ ‘ଆମ ପୋଷାକ ଆମ ପରିଚୟ’ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାର ଅନୁପାଳନ ପୂର୍ବକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି।

ରାଜ୍ୟ ସରକାର ଏପ୍ରିଲ ୦୧ ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତାର ଉତ୍ସବ ‘ଓଡ଼ିଆ ପକ୍ଷ-୨୦୨୫’ ପାଳନ ପାଇଁ ସ୍ଥିର କରିଛନ୍ତି।  ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ପ୍ରସାର ଏବଂ ଓଡ଼ିଶାର ବରପୁତ୍ରମାନଙ୍କ  ଅବଦାନକୁ ସମ୍ମାନ ଜଣାଇ ସରକାରଙ୍କ ପକ୍ଷରୁ ଆୟୋଜିତ ଡିଜିଟାଲ ସଂସ୍କରଣର ବିବିଧ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ସମୃଦ୍ଧ ଓଡ଼ିଆ ସଂସ୍କୃତି ପରମ୍ପରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ସ୍ୱାଭିମାନୀ ଓଡ଼ିଆ ଭାବେ ଆଗେଇ ଆସିବାକୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.