‘ଓ୍ବାକଫ ବିଲକୁ ଜବରଦସ୍ତି ଗୃହୀତ କରାଯାଇଛି !’, ସୋନିଆଙ୍କ ମନ୍ତବ୍ୟକୁ ନେଇ ବିବାଦ

add-all

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନାମ ନ ନେଇ କହିଛନ୍ତି ଯେ ୱାକଫ୍ (ସଂଶୋଧନ) ବିଲ୍ ଉପରେ ତାଙ୍କର ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ସଂସଦୀୟ ଶୈଳୀର ଅନୁରୂପ ନୁହେଁ।

ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୱାକଫ (ସଂଶୋଧନ) ବିଲ୍, ୨୦୨୫ ବଳପୂର୍ବକ ଗୃହୀତ କରାଯାଇଥିଲା। ଏହି ବିଲ୍ ସମ୍ବିଧାନ ଉପରେ ଏକ ସ୍ପଷ୍ଟ ଆକ୍ରମଣ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବଜେଟ ଅଧିବେଶନର ଶେଷ ଦିନରେ ସୋନିଆଙ୍କ ମନ୍ତବ୍ୟକୁ ଉଲ୍ଲେଖ କରିବା ପରେ ବିର୍ଲା ମଧ୍ୟ କହିଥିଲେ ଯେ ଲୋକସଭାରେ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠାଇବା ଜଣେ ବରିଷ୍ଠ ସଦସ୍ୟଙ୍କ ପାଇଁ ଠିକ୍ ନୁହେଁ।

କଂଗ୍ରେସ ସଂସଦୀୟ ଦଳ (ସିପିପି) ମୁଖ୍ୟ ସୋନିଆ ଗାନ୍ଧୀ ଗୁରୁବାର ଦିନ ସରକାର ୱାକଫ (ସଂଶୋଧନ) ବିଲ୍ ମନମୁଖୀ ଭାବରେ ପାସ୍ କରୁଥିବା ଅଭିଯୋଗ କରିଥିଲେ ଏବଂ ଦାବି କରିଥିଲେ ଯେ ଏହି ବିଲ୍ ସମ୍ବିଧାନ ଉପରେ ଏକ ସ୍ପଷ୍ଟ ଆକ୍ରମଣ। ଏହା ସମାଜକୁ ସ୍ଥାୟୀ ଧ୍ରୁବୀକରଣ ଅବସ୍ଥାରେ ରଖିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ସୁଚିନ୍ତିତ ରଣନୀତିର ଏକ ଅଂଶ।

ad-week
Leave A Reply

Your email address will not be published.