ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ

add-all

ନୋଏଡା: ନୋଏଡାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅନୁସାରେ, ଅଭିଯୁକ୍ତ ନୁରୁଲ୍ଲା ହାଇଦର ତାଙ୍କ ପତ୍ନୀ ଆସମା ଖାନଙ୍କ ମୁଣ୍ଡରେ ହାତୁଡି ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ନୋଏଡାର ସେକ୍ଟର ୧୫ ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ମୁତାବକ, ୪୨ ବର୍ଷୀୟା ଆସମା ଜଣେ ସଫ୍ଟୱେର୍ ଇଞ୍ଜିନିୟର ଥିଲେ ଏବଂ ନୋଏଡାର ସେକ୍ଟର ୬୨ରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ପୂର୍ବରୁ ସେ ଦିଲ୍ଲୀରେ ରହୁଥିଲେ ଏବଂ ଜାମିଆ ମିଲିଆ ଇସଲାମିଆରୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଅଭିଯୁକ୍ତ ନୁରୁଲ୍ଲା ବିହାରର ଏବଂ ସେ ମଧ୍ୟ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ। ହେଲେ ସେ ବର୍ତ୍ତମାନ ବେରୋଜଗାର ଅଛନ୍ତି। ଦମ୍ପତି ୨୦୦୫ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛି। ପୁଅ ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ ଝିଅ ୮ମ ଶ୍ରେଣୀରେ ପଢ଼ୁଛି।
ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଦମ୍ପତିଙ୍କ ପୁଅ ପ୍ରଥମେ ୧୧୨କୁ କଲ୍ କରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ କଷ୍ଟଡିକୁ ନେଇଥିଲା ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ad-week
Leave A Reply

Your email address will not be published.