ଦୁର୍ନୀତି ବିରୋଧରେ ମେଳି ବାନ୍ଧିଲେ ବିଜେଡି ନେତା, ଦେଲେ ଚେତାବନୀ

add-all

ଯାଜପୁର: ଜିଲ୍ଲାରେ ଏକାଠି ହେଲେ ବିଜେଡି ନେତା। ଜିଲ୍ଲାପାଳ ଭେଟି ଦେଲେ ଦାବି ପତ୍ର। ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦଳୀୟଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ଅଭିଯୋଗ କରିବା ସହିତ ଲଘୁ ଖଣିଜ ସଂପଦର ଲୁଟ୍‌ ହେଉଥିବା ଅଭିଯୋଗ କରିଛି ବିଜେଡି।
ଯାଜପୁର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଧାୟକ, ପୂର୍ବତନ ସାଂସଦ, ସାଂସଦମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲାବାସୀଙ୍କ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି।
ଏହି ପ୍ରତିନିଧି ଦଳରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ସାଂସଦମାନେ ସାମିଲ ଥିଲେ।

ad-week
Leave A Reply

Your email address will not be published.