କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ମୁଖ୍ଯ ମହାରଣା, ମନ୍ଦିର ଅଧିକାରୀ ଓ ଅନ୍ଯ ସେବାୟତମାନେ ଶୋଭାଯାତ୍ରାରେ ଆସି କରତ କଳରେ ପହଞ୍ଚିଥିଲେ । ପରେ ତିନୋଟି ଧଉରା କାଠର ଚିରଟ କାମ ଆରମ୍ଭ ହୋଇଥିଲା । ପର୍ଯ୍ୟାୟ କ୍ରମେ ୭ ହଜାର ଘନ ଫୁଟ କାଠ ଚିରଟ ହୋଇ ପୁରୀ ଯିବ । ଏହାପରେ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାମ ଆରମ୍ଭ ହେବ ।
