ମାଲକାନଗିରି : ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ର ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ଏରା ପଡିଆମୀ ଏବଂ ଶ୍ରମଜୀବୀ ସଂଗଠନ ର ଜିଲ୍ଲା ସଂଯୋଜକ ଶ୍ରୀ ବଟ କୃଷ୍ଣ ସାହୁ ଏକ ମିଳିତ ବୈଠକ ସ୍ଥାନୀୟ ନିର୍ମାଣ ଶ୍ରମିକ ସଙ୍ଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି | ଶ୍ରୀ ତ୍ରିପାଠୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଚଳିତ ବର୍ଷ ଶ୍ରମିକ ଦିବସ କୁ ପଂଚାୟତ ସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା | ଗ୍ରାମ୍ୟସ୍ତରରେ ବିଭିନ୍ନ ଶ୍ରମିକମାନେ ବହୁସଂଖ୍ୟାରେ ଶୋଷିତ ହେଉଥିବା ଦେଖା ଦେଇଛି | ଉପଯୁକ୍ତ ମଜୁରୀ ନପାଇବା, ବହୁଦିନ ଧରି ପାରିଶ୍ରମିକ ପାଇବାରୁ ବଂଚିତ ହେବା ଭଳି ସମସ୍ୟା ଥିବାରୁ ଚଳିତ ବର୍ଷ ସଂଗଠନ ତରଫରୁ ଶ୍ରମିକ ଦିବସକୁ ଗ୍ରାମ୍ୟ ସ୍ତରରେ ପାଳନ କରି ସଚେତନତା ର ବାର୍ତ୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି | ପଂଚାୟତସ୍ତରରେ ଗ୍ରାମୀଣ ଶ୍ରମିକ ଯଥା ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ନରେଗା ଶ୍ରମିକ ଭଳି ବିଭିନ୍ନ ସ୍ତରରେ କାମ କରୁଥିବା ଶ୍ରମିକ ମାନଙ୍କୁ ସଂଗଠିତ କରିବା ସହିତ ସେମାନେ କିପରି ଶୋଷଣ ମୁକ୍ତ ହୋଇପାରିବେ ଏବଂ ଶିଶୁ ଶ୍ରମିକ , ଦାଦନ କୁ ବିରୋଧ କରିବା ସାଙ୍ଗକୁ ସରକାରଙ୍କର ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନା ଉପରେ ସଚେତନତା କରାଯିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ପଡିଆମୀ ପ୍ରକାଶ କରିଛନ୍ତି | ଜିଲ୍ଲାର 15 ପଂଚାୟତ ଯଥା ୧ – ପାପରମେଟିଲା , ୨- ଡୋରାଗୁଡା, ୩- ଡୁଡାମେଟା ,୪- ପୁରୁଣା ଚି଼ମିଟାପାଲୀ ୫- ଉଦୁଲିବେଡା, ୬- ରାସବେଡା , ୭- ମୁଦୁଲିପଡ଼ା ,୮- ପୋଡାଘାଟ,୯-ପେଡାକୋଣ୍ଡା ୧୦- ପେଡାୱାଡା ,,୧୧- ଗୋରାଖୁଣ୍ଟା, ୧୨- ତଣ୍ଡିକି ୧୩- ମୋଟୁ ୧୪- ଉଣ୍ଡରୁକୋଣ୍ଡା ୧୫-ବାପନପାଲ୍ଲୀ |
ଗ୍ରାମ ପଂଚାୟତ ରେ ଶ୍ରମିକ ଦିବସ ପାଳନ କରାଯିବ ବୋଲି ଶ୍ରମଜୀବୀ ସାଂଗଠନର ଜିଲ୍ଲା ସଂଯୋଜକ ଶ୍ରୀ ବଟ ସାହୁ ପ୍ରକାଶ କରିଛନ୍ତି. ଆବଶ୍ୟକ ହେଲେ ଏହି ସଂଖ୍ୟାବଢ଼ିପାରେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି. ସ୍ଥାନୀୟ ପଂଚାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଂଗଠନର ବ୍ୟକ୍ତି ବିଶେଷଙ୍କୁ ସାଙ୍ଗରେ ନେବାକୁ ସ୍ଥିର ହୋଇଛି ।
