ପୁନର୍ଗଠନ ହେବ ଏସଏଚଜି, ରାଜ୍ୟ ସ୍ତରରେ ଦିଆଯିବ ନୂଆ ନିଯୁକ୍ତି

add-all

ଭୁବନେଶ୍ୱର: ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ରହିଛନ୍ତି ପରିବାର। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ଚେଷ୍ଟା ଆରମ୍ଭ ହୋଇଛି।

ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡି ଥିଲେ। ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ। ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ। ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି ଅର୍ଗାନାଇଜ କରାଯିବ। ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ।

ଯେଉଁମାନେ ୨ ଥର ୪ବର୍ଷରୁ ଅଧିକ ରହି ସାରିଛନ୍ତି, ସେମାନେ ଆଉ ରହି ପାରିବେନି। ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ତିଆରି କରାଯାଇଥିଲା। ସେଥିପାଇଁ ରାଜ୍ୟରେ ssgଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡ଼ିଟ ନାହିଁ ତାର ଉଦ୍ଦେଶ୍ୟ କଣ ଜଣା ପାଡୁଛି । କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର । ପାତର ଅନ୍ତର ହେବ ନାହିଁ ।

ad-week
Leave A Reply

Your email address will not be published.