ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

add-all

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭ ଏପ୍ରିଲ, ୨୦୨୫) ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଛି । ଦଳ କହିଛି ଯେ ଉଭୟ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ସେମାନଙ୍କ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବାରେ ସିଦ୍ଧହସ୍ତ ।

କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି କହିଛନ୍ତି: “ମୋଦୀ ଏବଂ ଟ୍ରମ୍ପ ନିଜକୁ ଭଲ ବନ୍ଧୁ ବୋଲି କହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉଭୟ ନିଜ ନିଜର ଅର୍ଥନୀତିକୁ ଆତ୍ମ-ଧ୍ୱଂସ କରିବାରେ ସିଦ୍ଧହସ୍ତ ।”

ସୂଚନାଯୋଗ୍ୟ ଯେ ସୋମବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ଏବଂ ଏନଏସଇ ନିଫ୍ଟି ଯଥାକ୍ରମେ ୪୦୦୦ ପଏଣ୍ଟ ଏବଂ ୧୨୦୦ ପଏଣ୍ଟ ହ୍ରାସ ପାଇଛି । ଏହି ହ୍ରାସ ସହ ସେନସେକ୍ସ ୧୦ ମାସର ସର୍ବିନିମ୍ନ ସ୍ତରରେ ପହଞ୍ଚିଯାଇଛି। ଏହା ଫଳରେ ନିବେଶକମାନେ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ad-week
Leave A Reply

Your email address will not be published.