ଭୁବନେଶ୍ୱର : ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ । ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ । ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ୍ ମ୍ୟାଚ ଖେଳିବେ ।
ଉଭୟ ପୁରୁଷ ଓ ମହିଳା ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିବେ । ଭାଗ ନେଉଛନ୍ତି ୨୬ ପୁରୁଷ ଟିମ୍ ଓ ୯ ମହିଳା ଟିମ୍ । ଏହା ସହ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପିର ଟିମ ମଧ୍ୟ ଯୋଗ ଦେବେ । ଗତକାଲି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଅନୁଷ୍ଠାନିକ ଭାବେ ପୋଲିସ ହକି ଚାମ୍ପିୟାନସିପ ୨୦୨୫ ର କର୍ଟନ ରେଜର ଓ ମାସ୍କଟ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
