ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

add-all

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ରାହୁଲ ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନର ସଫଳତା ପାଇଁ ରାଜ୍ୟର ଯୁବବର୍ଗଙ୍କ ସହଯୋଗ ଲୋଡ଼ିଛନ୍ତି। ଏନଏସୟୁଆଇ ନେତା କହ୍ନେୟା କୁମାର ମଧ୍ୟ ରାହୁଲଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ ରାଜ୍ୟ ଯୁବପିଢ଼ିଙ୍କୁ ଧଳା ଟି-ଶାର୍ଟ ପିନ୍ଧି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଆହ୍ବାନ କରିଛନ୍ତି।

ଗତ ଜାନୁୟାରୀ ମାସରୁ ବର୍ତ୍ତମାନ ସୁଦ୍ଧା ରାହୁଲ ୩ ଥର ବିହାର ଗସ୍ତରେ ଆସିଛନ୍ତି। ସୋମବାର ଧଳା ଟି-ଶାର୍ଟ ପଦଯାତ୍ରାରେ ସାମିଲ ହେବାକୁ ରାହୁଲ ରାଜ୍ୟର ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ। ରାହୁଲ କହିଥିଲେ, ଏଠାକାର ଯୁବପିଢ଼ି ବେରୋଜଗାର, ପ୍ରଶ୍ନପତ୍ର ପ୍ରଘଟ ଏବଂ ସରକାରୀ ଚାକିରି ହ୍ରାସ ଆଦି ସମସ୍ୟାରେ ଛନ୍ଦି ହୋଇଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ପକାଇ ନିଜ ଅଧିକାର ହାସଲ କରିବାକୁ ପଦଯାତ୍ରାରେ ସାମିଲ ହେବାକୁ ରାହୁଲ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.