ଦେବାଶିଷଙ୍କୁ ସୋଫିଆଙ୍କ ଟାର୍ଗେଟ, କହିଲେ, ‘ଓ୍ବାକଆଉଟ ମାନେ ସମର୍ଥନ’

add-all

ଭୁବନେଶ୍ବର: ବଢୁଛି ବିଜେଡିର ଅଡୁଆ । ଦଳ ଭିତରେ ବାହାରେ ସବୁଠି ବିରୋଧ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ବାକଫ୍ ବିଲକୁ ସମର୍ଥନ ଦେବାକୁ ନେଇ ଏବେ ତେଜିଛି ରାଜ୍ୟରାଜନୀତି । ବିରୋଧୀ ତ ବିରୋଧୀ ଦଳୀୟ ବରିଷ୍ଠ ଠାରୁ ନେଇ କନିଷ୍ଠ ସବୁ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କଡା ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ । ୱାକ୍‌ଫ ବିଲ୍‌ ଭୋଟ୍‌ ବେଳେ ଦେବାଶିଷଙ୍କ ୱାକଆଉଟ୍‌କୁ ନେଇ ସେ କହିଛନ୍ତି, ୱାକଆଉଟ୍ ଅର୍ଥ ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି । ଯଦି ବିଲକୁ ନେଇ କୌଣସି ମତ ନଦେଉଛନ୍ତୀ, ତାହେଲେ ଗୋଟିଏ ଭୋଟ୍‌ କମିଲା ଅର୍ଥ ସେମାନଙ୍କ ୱେଟେଜ୍‌ ବଢ଼ିଲା । ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ । ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା, ତାହେଲେ ସେ ଓ୍ବାକଆଉଟ ନକରି ବିଲକୁ ବିରୋଧ କରିଥାନ୍ତେ । ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ୱାକଆଉଟ୍‌ କରିଛନ୍ତି । ନିଜକୁ ବଞ୍ଚାଇବା ପାଇଁ ବିଜେପି ସହ ୧୦୦ ପ୍ରତିଶତ ଡିଲ୍‌ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୋଫିଆ । ଏଥିସହିତ ସୋଫିଆ କହିଛନ୍ତି, ୨୪ ବର୍ଷର ସ୍କାମ୍‌ ଧୋଇବାକୁ ସବୁକ୍ଷେତ୍ରରେ ବିଜେପିକୁ ସମର୍ଥନ କରିଛଇ ବିଜେଡି । ତେଣୁ ଏବେ ବି ସମାନ କରିଛି, ,ଏମିତି କରି କଟକର ମୁସଲିମ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ଦେବାଶିଷ ବୋଲି କହିଛନ୍ତି ସୋଫିଆ ।

ତବେ କହିରଖୁଛୁ, ଓ୍ବାକଫ୍ ବିଲକୁ ବିଜେଡି ବିରୋଧ କରିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ, ଠିକ ସମୟରେ ସେ ବିଲକୁ ସମର୍ଥନ କରିବା ଏବଂ ନିଜ ନିଜ ବିବେକ ଅନୁସାରେ କାମ କରିବା ପାଇଁ ଅନ୍ୟ ସାଂସଦଙ୍କୁ ଆହ୍ବାନ ଦେଇଥିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର । ଯାହାକୁ ଆରମ୍ଭ ହୋଇଥିଲା ଚର୍ଚ୍ଚା । ପରେ ଜଣାପଡିଥିଲା ଯେ, ଅନ୍ୟ ଜଣେ ସାଂସଦ ମୁନା ଖାଁ, ଗୃହରେ ବିଲକୁ ଜୋରଦାର ବିରୋଧ କରିଥିଲେ । ଆଉ ଦେବାଶିଷ ସାମନ୍ତରାୟ ଦଳୀୟ ନିଷ୍ପତ୍ତିରେ ଏଭଳି ଦ୍ବନ୍ଦ୍ବ ପାଇଁ, ବିଲ ସପକ୍ଷରେ ନା ବିପକ୍ଷରେ, କିଛି ବି ମତ ନରଖି, ଓ୍ବାକଆଉଟ କରିଥିଲେ ବୋଲି କହିଥିଲେ । ହେଲେ ଅନ୍ୟ ସାଂସଦମାନେ କ’ଣ ପଦକ୍ଷେପ ନେଇଥିଲେ, ତାହା ଏବେ ବି ଅସ୍ପଷ୍ଟ । ଯାହାକୁ ନେଇ ଦେବାଶିଷଙ୍କ ଉପରେ ବର୍ଷିଛନ୍ତି ସୋଫିଆ ।

ad-week
Leave A Reply

Your email address will not be published.