ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୮ ହଜାରରୁ ଅଧିକ ନିଯୁକ୍ତି

add-all

ଭୁବନେଶ୍ୱର: ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି। ଏନେଇ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଏଚସିଏଲ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

୧୧ ଟି କମ୍ପାନୀ ସହ ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ପାଇଁ ଏମଓୟୁ ହୋଇଥିବା ବେଳେ ଅନ୍ୟ ୧୪ କମ୍ପାନୀ ସହ ୩ ହଜାର କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି। ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି।

ଆଜି ପ୍ରଥମ ଦିନରେ ଦିଲ୍ଲୀ ନୋଏଡାର ଏଚସିଏଲ ଟେକ୍ କ୍ୟାମ୍ପସକୁ ଯାଇଥିଲେ। ଏଠାରେ ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ ରୋଶନୀ ନଦର ମାଲହୋତ୍ରାଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପରେ ନୂଆଦିଲ୍ଲୀର ଏକ ହୋଟେଲରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଥିଲେ। ଏହାସହ ଓଡିଶା ଇଣ୍ଡିଆନ ଅଏଲ କର୍ପୋରେସନ ସହ ଚୁକ୍ତି ସ୍ବାକ୍ଷରିତ ହେବ।

ad-week
Leave A Reply

Your email address will not be published.