ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟର ଏହି ଅଭିଯାନରେ ୧୦୮ଟି ଦିବ୍ୟାଙ୍ଗ ଏସଏଚଜି ଗଠିତ ହୋଇଛି। ଏଥିରୁ ବାଦ୍‌ପଡ଼ିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଅନ୍ତର୍ଭୁକ୍ତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଦ୍ବିତୀୟ ପର୍ଯ୍ୟାୟ ଅଭିଯାନରେ ସମସ୍ତ ଗ୍ରାମୀଣ ପରିବାର ଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଏବଂ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘରେ ସାମିଲ କରାଯିବ। ୨୦୨୫ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଥମ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବରୁ ଗଠିତ ହୋଇଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ପୁନର୍ଗଠନ କରାଯିବ। ଚଳିତ ମାସରେ ଏହା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

nis-ad
Leave A Reply

Your email address will not be published.