ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଜିଲ୍ଲାପାଳ ଅଶ୍ଵିନୀ ନାୟକ ଗୁରୁତର

ଯାଜପୁର : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଜିଲ୍ଲାପାଳ ଅଶ୍ଵିନୀ ନାୟକ ଗୁରୁତର ଭାବେ ଆହତ। ଏଥିସହ ଗାଡି ଚାଳକ ମଧ୍ୟ ସାମାନ୍ୟ ଆହତ ହେଇଛନ୍ତି । ଆଜି ଶ୍ରୀ ନାୟକ ଭୁବନେଶ୍ୱରରୁ ଏକ ଇନୋଭା ଗାଡିରେ ବାଲେଶ୍ଵର  ଯାଉଥିବା ବେଳେ ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ମୁଳାପାଳ ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ସହକାରୀ ଜିଲ୍ଲାପାଳଙ୍କ ଗୋଡ ହାତ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ସହକାରୀ ଜିଲ୍ଲାପାଳଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଯିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଛି । ସହକାରୀ ଜିଲ୍ଲାପାଳ ଜଣକ ଗେଲ ଇଣ୍ଡିଆର କାର୍ଯ୍ୟ ତଦାରଖ କରିବାକୁ ଭୁବନେଶ୍ୱରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.