ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ

କେନ୍ଦୁଝର : ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ । ତାଙ୍କ ଭାବର ଡୋରି କେହି କାଟିପାରିବେନି । ଭକ୍ତଙ୍କ ଦୁଃଖ ସମୟରେ ଭଗବାନ ସବୁ ବେଳେ ଠିଆ ହୋଇଥାଆନ୍ତି । ଭଗବାନ କାହାର କେତେ ବେଳେ ମନସ୍କାମନା ପୂରଣ କରନ୍ତି ତାହା ଜାଣିବା ଅସମ୍ଭବ । ଭକ୍ତର ଇଚ୍ଛା, କଷ୍ଟ, ଦୁଃଖ, ଅଭାବକୁ ପୂରଣ କରିବା ପାଇଁ ଭଗବାନ ଆଶୀର୍ବାଦ ଦିଅନ୍ତି । ଆଉ ଭକ୍ତର ଇଚ୍ଛା ପୂରଣ ହେଲେ ଭକ୍ତ ଖୁସି ଏବଂ ସାମର୍ଥ୍ୟ ମୁତାବକ ମନ୍ଦିର ହେଉ ଅବା ଭଗବାନଙ୍କୁ ଦାନ କରନ୍ତି । ଏମିତି ଏକ ବ୍ୟକ୍ତି ମା’ତାରିଣୀଙ୍କୁ ଦାନ କରିଥିଲେ ସୁନାର ମୁକୁଟ । ଯାହା ଏବେ ଚର୍ଚ୍ଚାରେ ।

ଦେଖନ୍ତୁ ଏଇ ମୁକୁଟଟିକୁ । ସୁନାରେ ତିଆରି ମୁକୁଟ କେଡ଼େ ସୁନ୍ଦର ଝଟକୁଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ସୁନା ମୁକଟି ମାଙ୍କ ମଥାରେ ବି ବେଶ୍ ଶୋଭା ପାଉଛି । ଖାଲି ମୁକୁଟ ନୁହେଁ ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ମଧ୍ୟ ସୁନାର ଦାନ କରିଛନ୍ତି ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମାଙ୍କ ନିକଟରେ ମାନସିକ ରଖିଥିଲେ, ତାଙ୍କର ମନୋସ୍କାମନା ପୁରଣ ହେବାରୁ ସେ ମାଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଦାନ କରିଥିବା ଜଣାପଡ଼ିଛି । ତେବେ କୁହାଯାଏ ଦାନ ଧର୍ମ କଲେ ପୂଣ୍ୟ ମିଳିବା ସଙ୍ଗେ ସଙ୍ଗେ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଆଣିଥାଏ ।

nis-ad
Leave A Reply

Your email address will not be published.