ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

add-all

ବଲାଙ୍ଗୀର,୯।୪ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା ଦେଇ ଜଣେ ଦମ୍ପତି କିଣିଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି।

ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖ ଦିନ ଶିଶୁକୁ ଜନ୍ମ ଦେଇଥିଲେ। ଗତ ୮ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେଇ ଦିନ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ ଶିଶୁକୁ ସେଠାରୁ ନେଇ ଯାଇଥିବା ଜଣାପଡିଛି।

ଶିଶୁ ମଙ୍ଗଳ ସମିତି ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଶିଶୁ ପୁତ୍ର ଏପର୍ଯ୍ୟନ୍ତ ଠାବ କରାଯାଇନାହିଁ। ଏଡିଏମ୍ ପବିତ୍ର ବେହେରା ବଲାଙ୍ଗୀର ମାଲପଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.