ହରିୟାଣା ପୁଲିସ ଫାଣ୍ଡି ଉପରେ ଖଲିସ୍ତାନୀ ଗ୍ରୁପର ଗ୍ରେନେଡ୍ ଆକ୍ରମଣ

add-all

କୈଥଲ: ପଞ୍ଜାବ ସୀମାବର୍ତ୍ତୀ ହରିୟାଣାର କୈଥଲ ଜିଲ୍ଲାର ଅଜିମଗଡ ପୁଲିସ ଫାଣ୍ଡି ଉପରେ ବାବର ଖାଲସା ଗୋଷ୍ଠୀ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛି। ଏହି ବିସ୍ଫୋରଣ ରବିବାର ସକାଳେ ଘଟିଥିଲା। କିନ୍ତୁ ପ୍ରାରମ୍ଭରେ ପୁଲିସ ଏହି ମାମଲାରେ କୌଣସି ଠୋସ୍ ପ୍ରମାଣ ପାଇନଥିଲା। କିନ୍ତୁ ଏବେ ତଦନ୍ତରେ ଆତଙ୍କୀ ଆକ୍ରମଣ ନିଶ୍ଚିତ ହୋଇଛି।
କୈଥଲ ପୁଲିସ ବିସ୍ଫୋରକ ଆଇନ ଅନୁଯାୟୀ ଦୁଇ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆକ୍ରମଣ ପରେ, ଫାଣ୍ଡିରେ ରହିଥିବା କୌଣସି ପୁଲିସ କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ। ବିସ୍ଫୋରଣ ପରେ ଫାଣ୍ଡିରେ ବିଛାଡ଼ି ହୋଇଥିବା ପାଉଁଶ ସୂଚାଇ ଦେଉଛି ଯେ ଏଠାରେ ଏକ ବିସ୍ଫୋରଣ ହୋଇଛି। ବିସ୍ଫୋରକର ତୀବ୍ରତା କମ୍ ଥିବାରୁ, ଫାଣ୍ଡିର କୌଣସି ବଡ଼ କ୍ଷତି ହୋଇନାହିଁ। ଉଭୟ ପଞ୍ଜାବ ଏବଂ ହରିୟାଣା ପୁଲିସ ଦଳ ପାଉଁଶର ନମୁନା ନେଇ ବିସ୍ଫୋରକ ଯାଞ୍ଚ ପାଇଁ ଏଫଏସଏଲକୁ ପଠାଇଛନ୍ତି।
ବବର ଖଲାସା ଗ୍ରୁପ୍ ଏହାର ଦାୟିତ୍ୱ ନେଇଛି। ବବର ଖାଲସା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ ଜିଙ୍ଗର ଚୌକି (ହରିଆଣା)ରେ ହୋଇଥିବା ଗ୍ରେନେଡ ଆକ୍ରମଣ ପାଇଁ ଆମେ ଦାୟୀ।

ad-week
Leave A Reply

Your email address will not be published.