ଚୀନ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା, ବାଂଲାଦେଶକୁ ଉଚିତ ଶିକ୍ଷା ଦେଲା ଭାରତ

add-all

ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲ୍ୟାଣ୍ଡଲକ୍‌ଡ ବା ଭୂମି ଦ୍ଵାରା ଆବଦ୍ଧ କ୍ଷେତ୍ର ବୋଲି କହି ସମାଲୋଚନା କରିବା ସହିତ ଚୀନକୁ ନିଜ ଦେଶରେ ବ୍ୟାବସାୟିକ ବିସ୍ତାର କରିବା ଲାଗି ଆମନ୍ତ୍ରଣ କରିଥିଲେ। ବାଂଲାଦେଶର ଏଭଳି ପଦକ୍ଷେପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଭାରତ ପକ୍ଷରୁ ବାଂଲାଦେଶକୁ ଟ୍ରାନ୍ସଶିପମେଣ୍ଟ ସୁବିଧା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରାନ୍ସଶିପମେଣ୍ଟ ସୁବିଧା ଅନୁସାରେ ଭାରତ ବାଂଲାଦେଶକୁ ତାହାର ସାମଗ୍ରୀ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ ପାଇଁ ଯେଉଁ ବ୍ୟବସ୍ଥା ରଖିଥିଲା ତାହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.