ରାଜସ୍ୱ ବିଭାଗ ନାଳକୁ ଖୋଜିବାରେ ଅଭିନୟ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଏଠିକାର ବାବୁ ମାନେ ଫାଇଲ ଗାଏବ କରିବାରେ ସିଦ୍ଧହସ୍ତ ବୋଲି ଖମାନାଳ ବର୍ତ୍ତମାନ ଆସିକା ମାନ ଚିତ୍ରରୁ ହଜିଯିବା ର ଏକ ନଗ୍ନ ନମୁନା। ଆସିକା ସହର କୁତ୍ରିମ ବନ୍ୟା ପାଇଁ ଏକ ଅଭିଶପ୍ତ ସହର ରୂପେ ପରିଚିତ। ଆସିକା ସହରକୁ ବର୍ଷା ଦିନେ ଶୁକନଈ ହଜ, ଦେବଭୂମି ହଜ, ମଙ୍ଗଳପୁର ଓ ଉପାର ମୁଣ୍ଡରେ ଥିବା ଅନ୍ୟ ଗ୍ରାମାଞ୍ଚଳ ର ବର୍ଷା ଜଳ ଖମା ନାଳ ରେ ପ୍ରବେଶ କରି ଋଷିକୂଲ୍ୟା ନଦୀ କୁ ବନ୍ୟା ଜଳ ନିଷ୍କାସନ ହେଉଥିଲା। ଖମାନାଳ ଉପରେ ତତ୍କାଳୀନ ନିର୍ବାଚିତ ପ୍ରତିନିଧିଙ୍କ ଆଶୀର୍ବାଦ ରେ ଆସିକା ସହରର ପ୍ରତିଷ୍ଠିତ ବ୍ୟବସାୟୀ ମାନଙ୍କ ଲୁଲୁପ ଦୃଷ୍ଟି ପଡ଼ିବା ଓ ଉକ୍ତ ଖମାନାଳ ଉପରେ ବଡ଼ ବଡ଼ ଅଟାଳିକା ନିର୍ମାଣ କରି ନାଳ କୁ ବନ୍ଦ କରାଯାଇଥିଲା। ଯାହାର କୁପରିମାଣ ଆସିକା ସହର ୧୯୯୯ ମସିହାରେ ପ୍ରଳୟଙ୍କରୀ ବନ୍ୟା ରେ ଡୁବି ଯାଇଥିଲା।
ଏହା ପରେ ବିନାୟକ ବଜାର,ଲକ୍ଷ୍ମୀ ବଜାର, ବସଷ୍ଟାଣ୍ଡ ସମେତ କଳିଙ୍ଗା ରୋଡ଼ର ବ୍ୟବସାୟୀ ମାନେ ପ୍ରତିଥର ଛୋଟ ମୋଟ କୁତ୍ରିମ ବନ୍ୟା ରେ ହନ୍ତସନ୍ତ ହୋଇ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ହରେଇଥିବାର ନଜିର ରହିଛି। ଖମାନାଳ କୁ ଅବରୋଧ କରି କୋଠା ନିର୍ମାଣ କରିବା ପରେ ଖମା ନାଳକୁ କ୍ଷମତାର ଅପବ୍ୟବ ହାର କରି ସରକାରୀ ଫାଇଲ ରୁ ଉଭାନ କରି ଦେଲେ। ଖମା ନାଳ ଉପରେ କୋଠା ନିର୍ମାଣ କରିବା ପରେ ଉକ୍ତ ଜମିକୁ ନିଜ ନାମରେ ପଟ୍ଟା କରି ଆସିକାର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଉକ୍ତ କୋଠା ଗୁଡ଼ିକୁ କୋଟି କୋଟି ଟଙ୍କାରେ ବିକ୍ରି କରିଥିବାର ନଜିର ରହିଛି। ରାଜନେତାଙ୍କ କଥାରେ ହାଁଜି ହାଁଜି କହି କରିତକର୍ମା ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଖମା ନାଳ କୁ ମାନ ଚିତ୍ରରୁ ଉଭାନ କରିବାରେ ସଫଳ ହେଲେ। ଯାହାର ପରିଣାମ ପ୍ରତି ଥର ବର୍ଷା ଜଳ ନଦୀରେ ଆସିଲେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଯାଏ ଦୋକାନ ର ଆସାଵ ପତ୍ର ଉଚ୍ଚ ସ୍ଥାନକୁ ସ୍ଥାନନ୍ତର କରିବାର ଦେଖା ଯାଏ।ଆସିକା ସହର ର ବନ୍ୟା ଜଳ ନିଷ୍କାସନ ପଥ ଉପରେ ବଡ଼ ବଡ଼ ଅଟାଳିକା ନିର୍ମାଣ ହେବା ଫଳରେ ବର୍ଷା ଜଳ ଦୀର୍ଘ ଘଣ୍ଟା ଜମି ରହି କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। ନିର୍ବାଚିତ ପ୍ରତିନିଧି ମାନେ ବିଧାନସଭା ରେ ଖମାନାଳ ସମ୍ପର୍କ ରେ ପ୍ରଶ୍ନ କରିଲେ ରାଜସ୍ବ ବିଭାଗ ପକ୍ଷରୁ ଖମା ନାଳ ଖୋଜିବା ଆରମ୍ଭ ହୁଏ। କିଛି ପ୍ରତିଷ୍ଠିତ ବ୍ୟବସାୟୀ ମାନଙ୍କୁ ବିଭାଗ ପକ୍ଷରୁ ନୋଟିସ ଦିଆଯାଏ। ସାଇ ଲେନ୍ସ ପ୍ଲିଜ ହେଲେ ଖମା ନାଳ ଖୋଜିବା ବନ୍ଦ ହୋଇଯିବାର ନଜିର ରହିଛି। ସରକାରଙ୍କ ନିର୍ଦ୍ଧେଶ ପରେ ରାଜସ୍ୱ ବିଭାଗ କୁ ଯଦି ଖମାନାଳ ଖୋଜିବା କୁ ଦୀର୍ଘ ବର୍ଷ ଲାଗିଲାଣି ତାହା ହେଲେ ସାଧାରଣ ଜନତାଙ୍କ ବିଭିନ୍ନ କାର୍ଯ୍ୟା କିପରି ହେଉଥିବ।
