ଭୁବନେଶ୍ବର: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ ହୋଇଛି। ପୀଡ଼ିତା ଜଣଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ। ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଜ୍ଜା ଶୁଣାଇଛନ୍ତି କୋର୍ଟ। ଏହାସହ ୧୦ ହଜାର ଜରିମାନା ମଧ୍ୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୪ କୋର୍ଟ।
ଜରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣଙ୍କ ହେଲା ପି.କ୍ରିଷ୍ନା.ରାଓ। ୨୦୨୦ ମସିହାରେ ଖୋର୍ଦ୍ଧା ମଡେଲ ଥାନା ଅଧୀନରେ ଘଟିଥିଲା ଏହି ବିଭତ୍ସ ଘଟଣା। ସରକାରୀ ଓକିଲ ଭାବେ ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।
