ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ, ଯାହା ଅତି ଅନାବଶ୍ୟକ ଥିଲା: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

add-all

ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ମାମଲା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଆକ୍ରମଣାତ୍ମକ ରୂପ ନେଇ ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ ଏବଂ ଆଣିଥିବା ଲୋକ, ଏହା ଅତି ଅନାବଶ୍ୟକ ଥିଲା।
ସେ ଆହୁରି କହିଛନ୍ତି, ସରକାରୀ ସଂପତ୍ତିର ଭଙ୍ଗାରୁଜା କଲେ କେସ ହୁଏ, କମିଶନରଟ ଆଇନ ଅନୁଯାୟୀ ବ୍ୟବସ୍ତା ଅଛି | ଆନ୍ଦୋଳନ କରିବାକୁ କାହାକୁ ମନା ନାହିଁ, ସେମାନେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥାନ୍ତେ, ସେଥିରେ କିଛି ଅସୁବିଧା ନଥିଲା | ଅତୀତରେ ମଧ୍ୟ ଅନେକ ଆନ୍ଦୋଳନ ହୋଇଛି ସେହିଭଳି | ଆକ୍ରମଣାତ୍ମକ ରୂପ ନେଇ ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ ଏବଂ ଆଣିଥିବା ଲୋକ ଏହା ଅତି ଅନାବଶ୍ୟକ ଥିଲା| ସେହି ଦୃଷ୍ଟିକୋଣରୁ ପୁଲିସ ଏଭଳି ନିଷ୍ପତ୍ତି ନେଇଛି। ସେଥିରେ ସରକାରର କିଛି କହିବାର ନାହିଁ କି କରିବାର ନାହିଁ। ଯୋଉ ନୀତି କାନୁନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ଏବଂ ପୁଲିସ ତାର ଦାୟିତ୍ୱ ନେବ | କଂଗ୍ରେସ କର୍ମୀ ଯାହା କରୁଥିଲେ, ସେମାନେ ତାର ଫଳ ପାଇବେ।

ad-week
Leave A Reply

Your email address will not be published.