ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି, ଏକାଠି ଲଢ଼ିବେ ତାମିଲନାଡୁ ବିଧାନସଭା ନିର୍ବାଚନ

add-all

ତାମିଲନାଡୁରେ ଶାସକ ଡିଏମକେକୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି। ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି। ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଛି।

ତାମିଲନାଡୁର ଏମ.କେ. ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଜେପିକୁ ଘେରିବା ସହ ଅକଳରେ ପକାଉଛନ୍ତି। ସଂସଦୀୟ କ୍ଷେତ୍ର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବି ଷ୍ଟାଲିନ ଅଣବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି। ତେଣୁ ତାମିଲନାଡୁକୁ ଅକ୍ତିଆର କରିବା ଲାଗି ବିଜେପି ଏଆଇଡିଏମକେ ସହିତ ହାତ ମିଳାଇଛି।

ଶୁକ୍ରବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଏଆଇଡିଏମକେ ନେତୃବୃନ୍ଦଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଶାହା କହିଛନ୍ତି, ଏନଡିଏ ଛତା ତଳେ ଦୁଇ ଦଳ କାମ କରିବେ। ଏଆଇଡିଏମକେ, ବିଜେପି ଏପଂ ସମସ୍ତ ସହଯୋଗୀ ଦଳ ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ରାଜ୍ୟ ସ୍ତରରେ ଏଆଇଡିଏମକେ ନେତା ଏଡାପ୍ପାଡି କେ. ପଲାନିସ୍ଵାମୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବେ।

ad-week
Leave A Reply

Your email address will not be published.