‘ଗ୍ଲୋବାଲ ମଡେଲ ଇଣ୍ଡିଆ’ରେ ଚମକିଲେ କୋରାପୁଟିଆ ଝିଅ ହୀନାରାଣୀ

add-all

କୋରାପୁଟ: ଗ୍ଲୋରିଅସ୍ ଓଡିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେସନ୍ ଇନକ୍ଲୁଜିଭିଟୀ ସୋ ୩ୟ ସଂସ୍କରଣ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟର ହୀନାରାଣୀ ପଟ୍ଟନାୟକ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଭାଗ ନେଇ କରି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାରେ ଦେଶର କୋଣଅନୁକୋଣର ଶତାଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଏଥିରେ କୋରାପୁଟ ସହରର ରାମନଗର ଭାସ୍କର ଚନ୍ଦ୍ର ପଟ୍ଟନାୟକଙ୍କ ଝିଅ ହୀନାରାଣୀ ପଟ୍ଟନାୟକ ଭାଗ ନେଇ ଓଡିଶାର ପ୍ରତିନିଧିତ୍ବ କରି ମିସ୍ ସୋ ଗର୍ଜିଅସ୍ ସୋ ଟପ୍ପର ହୋଇ ବିଜେତା ହୋଇଛନ୍ତି। ସେ ଏହି ପୁରସ୍କାର ପାଇ କୋରାପୁଟ ଜିଲ୍ଲାକୁ ରାଜ୍ୟସ୍ତରରେ ଗୌରାବାନ୍ବିତ କରିଛନ୍ତି। ସେ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି।
ଏହି ପ୍ରତିଯୋଗିତାକୁ ଅମର ସାମୁ ସୋନାୱାନେ, ସର୍ବଭାରତୀୟ ନିର୍ଦ୍ଦେଶକ ଡ.ପ୍ରିତମ ବାଘ, ସୋ ନିର୍ଦ୍ଦେଶିକା ସୁପ୍ରିୟା ମିଶ୍ର, କୋରିଓଗ୍ରାପର ଆଦର୍ଶ ମାଝୀ ଆଦି ପରିଚାଳନ କରିଥିଲେ। ଏଥିରେ ଡିଜାଇନର ସ୍ବାତୀ ମହାପାତ୍ର, ଆୟୁଷ୍ମାନ ନାୟକ, ଅଙ୍କିତ ଅଭିଶେଖ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ‌ସେ ତିନି ରାଉଣ୍ଡ ଇଣ୍ଡୋୱେଷ୍ଟର୍ଣ୍ଣ, ଟ୍ରାଡିସନାଲ ଓ ୱେଷ୍ଟର୍ଣ୍ଣ ଅନୁଷ୍ଠିତ ହୋଇଥିଲା। ସେ ଜିଲ୍ଲାର ହସ୍ତତନ୍ତକୁ ପ୍ରଦର୍ଶିତ କରିଥିବା କହିଛନ୍ତି ହୀନାରାଣୀ। ତାଙ୍କୁ ଏହି ସଫଳତା ପଛରେ ଅଭିଭାବକ , କୋଚ, ଅଧ୍ୟାପକ ମାନଙ୍କର ଉଚିତ ମାର୍ଗଦର୍ଶନ ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି ହୀନାରାଣୀ।
ହୀନାରାଣୀ ହସ୍ତତନ୍ତ ଶାଢ଼ୀ ପିନ୍ଧୀ ରେମ୍ପ ୱାକ୍ କରି ଜଜ୍ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଏହି ସଫଳତାକୁ‌ ନେଇ କୋରାପୁଟରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଞାପନ କରାଯାଇଛି।

ad-week
Leave A Reply

Your email address will not be published.