ସ୍ୱାଧୀନତା ର ୭୮ ବର୍ଷ ପରେ ବି ବିକାଶ ରୁ ବହୁଦୂରେ ଯାନିଗୁଡା ଗାଁ , ନା ଅଛି ରାସ୍ତା ନା ଅଛି ପାଣିର ସୁବିଧା…
ବସୁଧା ଯୋଜନା ଏଠାରେ ଧର୍ମକୁ ଆଖିଠାର…

ଉମରକୋଟ: ବିକାଶ ର ବହୁଦୂରରେ ମୁକ ସାକ୍ଷୀ ପଲୋଟିଛି ଯାନିଗୁଡା ଓ ନନ୍ଦିଗୁଡା ଗ୍ରାମ । ସୂଚନା ଥାଉକି ଯାନିଗୁଡା ଓ ନନ୍ଦିଗୁଡା ଏହି ଦୁଇଟି ଗାଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ନେଉରା ପଂଚାୟତ ଅଧୀନରେ ଅଟେ l ଭାରତ ସ୍ୱାଧୀନ ହୋଇ ମଧ୍ୟ ପ୍ରରାଧୀନତରେ ଦିନ ଯାପନ ସହ ନିଷ୍ପେସିତ ଅବସ୍ଥାରେ ଗ୍ରାମବାସୀ,କହିବାକୁ ଗଲେ ତତ୍କାଳୀନ ସରକାର ବିଜୁ ଜନତା ଦଳର ଦଳୀୟ ନେତାଙ୍କ ରୋଜଗାର ର ମାଧ୍ୟମ ହୋଇ ରହିଯାଇଛି ଏହି ଗାଁ ଯାନିଗୁଡା, ନନ୍ଦିଗୁଡା। ଏଠି ଗାଁ ମୁଣ୍ଡରୁ ହିଁ ବିକାଶ ମୁହଁ ଉଙ୍କି ମାରୁଥିବା ଦେଖିବାକୁ ମିଳୁଛି। ଗାଁ କୁ ରାସ୍ତା ଟିଏ ଲାଗି ଗାଁ ଲୋକେ ବାରମ୍ବାର ଯେତେ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ବଧିର ସରକାର କୁ ଶୁଣାଗଲା ନାହିଁ ହେଲେ ଦଳୀୟ ଏବଂ ସରକାରୀ ସ୍ୱାର୍ଥ ହାସଲ ପାଇଁ ରାସ୍ତାରେ ମନରେଗା ଯୋଜନାରେ ବାରମ୍ବାର ମାଟି ପକେଇ ଲକ୍ଷ ଲକ୍ଷ ଟଙ୍କା ବିଲ କରି ଆତ୍ମସାତ କରି ଚାଲିଛନ୍ତି ଠିକାଦାର ଓ ସରକାରୀ ବାବୁ ମାନେ।
। ବର୍ଷା ଦିନର କଥା ତେଣିକି ଥାଉ ଶୁଖିଲା ରାସ୍ତାରେ ମଧ୍ୟ

ଗାଡିଟିଏ ଯିବା ପାଇଁ ବର୍ତ୍ତମାନ କଷ୍ଟ ସାଧ୍ୟ। ଏବେ ଖରାଟିଆ ଫସଲ ଅମଳ ସମୟ ହୋଇଥିବାରୁ ଜମିରୁ ଫସଲ ନେଇ ଘରକୁ ନେବାଲାଗି ହେଉ କି ବାହାରକୁ ନେଇ ବିକ୍ରି କରିବା ଏମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି।ଆମ୍ବୁଲାନ୍ସ ଆସିବା ବି ଦୂରର କଥା, ଗୋଟିଏ ରାସ୍ତା ନିର୍ମାଣ ପାଇଁ ଚାରି ଚାରୋଟି ଫଳକ ଲାଗିଲାଣି କିନ୍ତୁ ରାସ୍ତା ଏପର୍ଯ୍ୟନ୍ତ ନିର୍ମାଣ ହେଇପାରିଲା ନାହିଁ।ସୂଚନା ଥାଉକି ଏହି ରାସ୍ତା ଟିକୁ ବ୍ଲକ ଉପାଧ୍ୟକ୍ଷ ଶ୍ୟାମଲ ସରକାର ଠିକାଦାର ଭାବେ କାର୍ଯ୍ୟ ନେଇ କେବଳ ମାଟି ପକେଇ ଚୁପ ରହି ଅଗ୍ରିମ ବିଲ ପାସ କରେଇବାକୁ ଯୋଜନା ରେ ଅଛନ୍ତି ଏହାକୁ ସାହାଯ୍ୟ କରୁଛନ୍ତି ଯନ୍ତ୍ରୀ ଓ ବଡ଼ ବାବୁ ମାନେ । ଅନ୍ୟ ପଟେ ଜଦି ଦେଖାଯାଏ ବରିପଦରର ହାଟରେ ଥିବା ହାଟର ପୁରୁଣା ପିଣ୍ଡିକୁ ସିମେଣ୍ଟ ଦେଇ ନୂଆ ପିଣ୍ଡି ତିଆରି କରି ବିନା ଫଳକରେ ଅନ୍ୟ ଜଣେ ଠିକାଦାର ମାଲାମାଲ ହେଲେଣି ବୋଲି ମଧ୍ୟ ଅଭିଯୋଗ ଆସୁଛି , ଏହିପରି ଦିନ ଦ୍ବିପ୍ରହରେ ଚାଲିଛି ହରିଲୁଟ କହିଲେ ଭୁଲ ହେବ ନାହିଁ।ଏଭଳି ଭାବେ ଗରିବ ନିରୀହ ଲୋକଙ୍କୁ ଭୁଆଁ ବୁଲେଇ ସରକାରୀ ମଞ୍ଜୁରୀ ଟଙ୍କା ହଡପ କରିବାରେ ଲାଗିଛନ୍ତି ଅସାଧୁ ଠିକାଦାର ଓ ସରକାରୀ ବାବୁ ମାନେ । ବ୍ଲକ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ନିଜ ନିଜର ପିସି ନେଇ ଚୁପ l ସ୍ଥାନୀୟ ବିଡ଼ିଓ ଶୀତତାପ ନିୟନ୍ତ୍ରଣ କକ୍ଷ ରେ ବସି ମୌଜ ମସ୍ତିରେ ବିକାଶ କରି ଚାଲିଛନ୍ତି, ଗତ ସରକାର ଠାରୁ ବଳି ଗଲେଣି ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ବୋଲି ଲୋକେ କହିଲେଣି l କେବଳ ରାସ୍ତା ତାହା ନୁହେଁ, ଏ ଗାଁ କୁ କେଉଁ କାଳରୁ ପାଣି ସମସ୍ୟା ଲାଗି ରହିଛି ଏମାନଙ୍କ ପାଇଁ ସରକାରଙ୍କ ବସୁଧା ଯୋଜନା ଧର୍ମକୁ ଆଖିଠାର ଏହା ଲୋକଙ୍କୁ କେବଳ ପରିହାସ ଛଡା ଆଉ କିଛି ନୁହଁ। ଗାଁରେ ବସୁଧା ଟାଙ୍କି ଅଛି କିନ୍ତୁ ପାଣି ନାହିଁ, ପାଣି କହିଲେ ଏକ ମାତ୍ର ନଳକୂପଟି ଭରସା। ସମ୍ପୂର୍ଣ୍ଣ ଗ୍ରାମବାସୀ ଗାଧୁଆ ପାଧୁଆ ଠାରୁ ପାନୀୟ ସକାଶେ ଇତ୍ୟାଦି କାମ ଏହି ନଳକୂପ ହିଁ ସାହାଭରସା ,ତା ଛଡା ଗାଁର କେହି ମରି ହଜି ଗଲେ ମଧ୍ୟ ଏହି ନଳକୂପ ହିଁ ଏକମାତ୍ର ଭରସା ଶୁଦ୍ଧି ହେବା ପାଇଁ l ନଳକୂପ ଟି ଖରାପ ହେଲେ କଥା ସରିଲା ଅଭିଯୋଗ କଲେ ଲାଗି ଯାଏ ଅନେକ ଦିନ ସଜାଡ଼ିବା ପାଇଁ l ଲୋକେ ଜଳକା ହୋଇ ଚାହିଁ ରୁହନ୍ତି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ଶପନ ଅନେକ ଯୋଗ୍ୟ ହିତାଧିକାରୀ ଜରି ଛାଉଣୀ କରି ରହୁଥିବା ବେଳେ ଏମିତି ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ରୁ ବାଦ ପଡିଛନ୍ତି ବିନା ଟଙ୍କା ରେ ଏଠାରେ କୌଣସି କାମ ହେଉନି କହିଲେ ଚଳେ l ସୂଚନା ଥାଉକି ଯାନିଗୁଡା, ନନ୍ଦିଗୁଡା ଗାଁ ଆଜିର କି କାଲିର ଗାଁ ନୁହେଁ ବରଂ ଦୀର୍ଘ ଷାଠିଏ ବର୍ଷରୁ ଉର୍ଦ୍ଧ ହେବ ଏହି ଗାଁ ରେ ଲୋକେ ବସତି କରିଆସୁଛନ୍ତି ,ହେଲେ ଏଠି ଗରିବ ଲୋକଙ୍କ ପାଇଁ କିଛିହେଲେ କଲେନାହିଁ ତତ୍କାଳୀନ ସରକାର। ଦୀର୍ଘ ପଚିଶି ବର୍ଷ କାଳ କ୍ଷମତାରେ ରହି ମଧ୍ୟ ଏହି ଗାଁ କୁ ଟିକେ ଆଡ଼ ଆଖିରେ ଚାହିଁଲେ ନାହିଁ ତତ୍କାଳୀନ ସ୍ଥାନୀୟ ବିଧାୟକ କି ସାଂସଦ, ଆଜି ଵି ଏ ଗାଁ ସେମିତି ଦୀପତଳ ଅନ୍ଧାର ଭଳି ପଡ଼ିରହିଛି ସରକାରୀ କଳ ଠାରୁ ରାଜନେତା ସବୁ ସମସ୍ୟା ଜାଣି ମଧ୍ୟ ନୀରବ କେବଳ ସରକାରୀ ଯୋଜନା କୁ ଆତ୍ମସାତ କରିଚାଲିଛନ୍ତି lଏବେ ଏ ଗାଁର ଗ୍ରାମବାସୀଙ୍କୁ ଚିନ୍ତା ଘାରିଛି ନିଜ ନିଜ ଛୁଆଙ୍କ ଭବିଷ୍ୟତକୁ ନେଇ ଆଉ କେତେଦିନ ଏମିତି ଦୁର୍ଦ୍ଧିନ ରେ କାଳ କାଟିବେ। ତତ୍କାଳୀନ ସରକାରରେ ନହେଲା ନାହିଁ ନୂଆଁ ସରକାର ଙ୍କୁ ନେଇ ରହିଛି ବିଶ୍ୱାସ ଓ ଭରସା ତେବେ ଗାଁ କୁ ପିଚୁ ସଡ଼କ ଟିଏ ତ ନିତାନ୍ତ ଜରୁରୀ ତା ଛଡା ଗାଁ କୁ ଯଥାଶୀଘ୍ର ବସୁଧା ଯୋଜନା ରେ ବିଶୁଦ୍ଧ ପାଣି ଯୋଗେଇଦେବା ଲାଗି ଗ୍ରାମବାସୀ ଆକୁଳ ନିବେଦନ କରୁଛନ୍ତି ଶୁଣିବା ହେଉହେଁ ସରକାର । ଜଦି ବର୍ତ୍ତମାନ ର ସରକାର ପୁରୁଣା ସରକାରଙ୍କ ପେଢ଼ି ଖୋଲିବେ ବାବୁ ଓ ନେତାଙ୍କ ଅସଲ ମୁଖା ପଦାକୁ ଆସିଯିବ ବୋଲି ଅଞ୍ଚଳ ବାସୀ ଅନୁରୋଧ କରିବା ସହିତ ଯେଉଁ ସରକାରୀ ଅନୁଦାନ ଆସିଥିଲା ଓ କଣ କାମ ହୋଇଛି ତାହା ଜଦି ଭିଜିଲାନ୍ସ ତଦନ୍ତ ଏବଂ ସ୍ୱତନ୍ତ୍ର ଅଡିଟ ପରିସର ଭୁକ୍ତ କରାଯାଏ ତେବେ ବାବୁ ମାନେ ଜେଲ ଯିବା ଥୟ ବୋଲି ଗ୍ରାମ ବାସୀ ଅଭିଯୋଗ ବାଢିଛନ୍ତି
